csstore

ଛତ୍ରପୁର ବ୍ଲକ ତରଫରୁ ୧୮୬ ମିଶନ ଗ୍ରୁପଙ୍କୁ ୮୦ ଲକ୍ଷ ଟଙ୍କା ଋଣ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ଶୂନ୍ୟ ପ୍ରତିଶତ (୦%)ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନର ଭର୍ଚୁଆଲ୍ ସମାରୋହର କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ତରଫରୁ ଗଞ୍ଜାମ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସୌଜନ୍ୟରେ ୧୮୬ଟି ମହିଳା ସ୍ୱୟଂ ସହାୟିକା ସଂଘକୁ ୮୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡୀ ଶାରଦା ରେଡ୍ଡୀ, ବିଡ଼ିଓ ସୁଶାନ୍ତ କୁମାର ବରାଳ ମଞ୍ଚାସୀନ ହୋଇ ପ୍ରମୁଖ ଜାତୀୟକରଣ ବ୍ୟାଙ୍କ୍ ପକ୍ଷରୁ ମିଶନ ଶକ୍ତି ମହିଳା ଗ୍ରୁପଙ୍କୁ ଚେକ୍ ପ୍ରଦତ୍ତ ହୋଇଛି । ଓଡ଼ିଶା ମିଶନ ଶକ୍ତି, ତଥା ଜୀବିକା ମିଶନ ବ୍ଲକ ମହିଳା ସଂଯୋଜିକା ଶ୍ରୀମତୀ ମାନିନୀ ଜେନା ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.