ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ମିଡଟାଉନ ଜାମସେଦପୁରର ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ ସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି କ୍ରମରେ ସେକ୍ଟର ୧୬ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ସମ୍ପର୍କରେ ତଥା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ କିପରି ଚାପମୁକ୍ତ ରହି ପରୀକ୍ଷା ଦେଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଯଶବିନ୍ଦର କୌର, ମଣ୍ଟୁ ମିଶ୍ର, ରୋଟାରୀଆନ ମୁନମୀ ଓ ନନ୍ଦ ପ୍ରମୁଖ ରାଉରକେଲା ଷ୍ଟିଲ ସିଟି ତରଫରୁ ଉପସ୍ଥିତ ଥିଲେ । ସେହିପରି ସେକ୍ଟର ୨ ଡିସୌଜା ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ବିଷୟରେ ଜ୍ଞାନ ବାଣ୍ଟିବା ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିସୌଜା ସ୍କୁଲର ନିର୍ଦ୍ଦେଶକ ଆଲେକଜାଣ୍ଡାର ଡିସୌଜା, ଆନାବେଲ ଡିସୌଜା, ଅଧ୍ୟକ୍ଷା ଜ୍ୟୋତି ଗୁରୁୱରାଙ୍କ ସହ ରୋଟାରୀଆନ ସଭାପତି ପୁତୁଲ ରାହୁଲ, ଉପଦେଷ୍ଟା ଅଞ୍ଜନା ମୈତ୍ର, ପି କେ ପତିଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.