oom

ଧାନ ବୋଝେଇ ଟ୍ରକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଫାଣ୍ଡିରୁ ୧୦୦ ମିଟର ଦୂରେ ଏକ ୪୦୭ ଧାନ ବୋଝେଇ (ମେଟା ଡୋର ଓଆର୍‌ ୦୮ଏ ୭୦୦୯) ଗାଡ଼ିର ଚକ ତଳେ ବାଇକ ଆରୋହୀ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନାରୁ ଅନୁଗତ ଯେ, କନକପୁର ଗ୍ରାମର ମକୁନ୍ଦ ମାଝୀ(୪୦) ଜୟପାଟଣାରୁ ନିଜ ଗାଁକୁ ଫେରୁଥିବା ବେଳେ ମୁଖିଗୁଡ଼ା ଡାକ ବଙ୍ଗଳା ପାଖରେ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମକୁନ୍ଦଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ଓ ମୁଖିଗୁଡା ପୋଲିସ ଜଗି ରହି ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ କେତେକ ମଧ୍ୟସ୍ଥି ମୃତକଙ୍କ ପରିବାରକୁ କ୍ଷତି ପୂରଣର ଦାବୀ ରଖିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.