pakka

ଯୋଖିପାଲି ଗ୍ରାମର ରଥଯାତ୍ରା ଏକ ନିଆରା ପରମ୍ପରା : ଦଶଦିନ ପାଳନ ହୁଏ ରଥଯାତ୍ରା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଏହାଛଡ଼ା ପୁରପଲ୍ଲୀରେ ରଥଯାତ୍ରା ଆୟୋଜନ ହୋଇଥାଏ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ରଥଯାତ୍ରା କିନ୍ତୁ ସବୁଠାରୁ ନିଆରା ଢଙ୍ଗରେ ପାଳନ କରାଯାଏ । ଗ୍ରାମରେ ଦ୍ଵିତୀୟାଠାରୁ ଏକାଦଶୀ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯେଉଁଥି ପାଇଁ ଭକ୍ତଗଣ ପ୍ରତ୍ୟେକ ଦିନ ତିନି ଠାକୁରଙ୍କ ଦର୍ଶନ ପାଇଥାନ୍ତି । ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ରଥଯାତ୍ରା ବନ୍ଦ ହୋଇଥିବା ପରେ ଏବର୍ଷ ପୁଣିଥରେ ରଥଯାତ୍ରା ଆୟୋଜନ ହେଉଥିବା ଯୋଗୁଁ ଭକ୍ତ ଗଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ଏବର୍ଷ ରଥଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଗ୍ରାମବାସୀ ମିନାବଜାର ତଥା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦ୍ଵିତୀୟା ଦିନ ତିନିଠାକୁର ଜଗନ୍ନାଥ ମନ୍ଦିରଠାରୁ ରଥ ଚଢ଼ି ମାଉସୀ ମନ୍ଦିରକୁ ଯାତ୍ରା କରିଥିଲେ । ଗ୍ରାମର ଗୌନ୍ତିଆ ସାମନ୍ତ ଚନ୍ଦ୍ର ସାହୁ ଛେରା ପହଁରା କରିଥିଲେ । ମନ୍ଦିର ପୂଜକ କ୍ଷୀରେଶ୍ୱର ଦାସ ପୂଜାପାଠ କରୁଥିବା ବେଳେ ଅଶ୍ୱିନୀ ଦାସ, ଚଞ୍ଚଳ ଦାସ ଏବଂ ରାଜେଶ ଦାସ ତିନି ଠାକୁରଙ୍କୁ ପ୍ରତିଦିନ ରଥଉପରକୁ ଏବଂ ସନ୍ଧ୍ୟାରେ ମାଉସୀ ମନ୍ଦିରକୁ ଆଣିଥାନ୍ତି । ଦୁଇବର୍ଷର କଟକଣା ପରେ ରଥଯାତ୍ରା ହେଉଥିବାରୁ ଭକ୍ତଗଣ ଉତ୍ସାହିତ ଥିବା ପ୍ରତିକ୍ରିୟା ରଖିଛନ୍ତି ।

jay balangir
Leave A Reply

Your email address will not be published.

twelve − 8 =