କାର ଧକ୍କାରେ ଯୁବକଙ୍କ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ଷତି ପୂରଣରଣ ଦାବୀରେ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ସଇଁନ୍ତଲା ବଙ୍ଗଳା ଛକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ରାସ୍ତାରୋକ କରାଯାଇଛି । ସୋମବାର ସକାଳେ ଦେଉଳଗୁଡି ଛକରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ମୃତ ଯୁବକ ହେଲେ ସଇଁନ୍ତଲାର ଶ୍ରୀକାନ୍ତ ଭୋଇ । ସେପଟେ କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି, ଯାହା ଫଳରେ ଯାତାୟତ ଠପ୍‌ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!