ls

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ

2020

ପୁରୀ : ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଛନ୍ତି । ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ରମା ବଳିଆରସିଂହ ବିଜେପିର ମୁଖପାତ୍ର ମଧ୍ୟ ଥିଲେ । ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ବିଜେପି ପାଇଁ ଶକ୍ତ ଧକ୍କା ।

Leave A Reply

Your email address will not be published.