oom

ମାମୁଁଙ୍କ ଚକଲେଟ୍ କିଣା ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଲେ ବାଳକ

jsmm

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ସକାଶେ ସାରା ଦେଶରେ ”ରାମ ମନ୍ଦିର ନିର୍ମାଣ ନ୍ୟାସ ଟ୍ରଷ୍ଟ” ଜରିଆରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମରେ ଗ୍ରାମ୍ୟ କମିଟି ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷକ ଧନ ସିଂ ପଟେଲ ଏବଂ ମହମ୍ମଦ ହନିଫଙ୍କ ଆ‌ହ୍ୱାନରେ ଗାଁର ଜଗନ୍ନାଥ ମନ୍ଦିର ପରିସରରେ ଏକ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ନିଧି ସଂଗ୍ରହର ଅଭିଯାନରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ବହୁ ସଂଖ୍ୟାରେ ଜନ ସାଧାରଣ ସାମିଲ ହୋଇ ୧୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ୟ୍ୟନ୍ତ ମନ୍ଦିର ନିର୍ମାଣ ପାଇଁ କୋପନ କାଟି ସହାୟତା ପ୍ରଦାନ କରୁଥିଲେ । ଏହି ସମୟରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ବାଳକ ରତିକାନ୍ତ ହଂସ ନିଧି ସଂଗ୍ରହ ସ୍ଥଳକୁ ଆସି ମନ୍ଦିର ନିର୍ମାଣ ପାଇଁ ୧ ଶହ ଟଙ୍କା ଦେଇ କୋପନ ଟିଏ କାଟିଥିଲେ । ରତିକାନ୍ତକୁ ସମସ୍ତେ ପଚାରିବାରୁ କହିଲେ, ମୁଁ ମାମୁଁ ଘର କେସିଙ୍ଗାକୁ ଯାଇଥିଲି, ମୋର ମାମୁଁ ଆସିଲା ଦିନ ଚକଲେଟ୍ ଖାଇବା ପାଇଁ ୧ ଶହ ଟଙ୍କା ଦେଇ ଥିଲେ ତାକୁ ମୁଁ ସାଇତି ରଖିଥିଲଇ, ତେବେ ଏହି ଟଙ୍କାକୁ ମୁଁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଏହି ଛୋଟ ବାଳକର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇ ତାଳିପିଟି ଛୋଟ ଛୁଆର ଏଭଲି ଭାବନାକୁ ଉପସ୍ଥିତ ଜନ ସାଧାରଣ ‌ସ୍ୱାଗତ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ମାଣ୍ତୋସିଲ ଗ୍ରାମର ଭୋଜରାଜ ହଂସଙ୍କ ପୁଅ ରତିକାନ୍ତ ହଂସ ମାଣ୍ତୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନ କରୁଛି ଓ ତାର ବୟସ ମାତ୍ର ୭ ବର୍ଷ ।

jittmm
Leave A Reply

Your email address will not be published.