ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆଜି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ମ.ରାମପୁରର ସହଯୋଗ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ସଂଗ୍ରହ ଭବାନୀପାଟଣା ରକ୍ତ ଭଣ୍ଡାରର ଟେକ୍ନିସିଆନ ଡମ୍ବରୁଧର ସାହୁ, ଡୋଳାମଣି ମାଝୀ, ସହଯୋଗୀ ବୃକୋଦର ଚନ୍ଦନ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମାରୱାଡ଼ି ଯୁବା ମଞ୍ଚର ସଭାପତି ଜୟ କୁମାର ମିତ୍ତଲ, ସମ୍ପାଦକ ପ୍ରତୀକ କୁମାର ଅଗ୍ରୱାଲ, ଆବାହକ ସୁମିତ୍ କୁମାର ଅଗ୍ରୱାଲ ଏବଂ ଭାରତ ଭୁଷଣ ଜୈନ, ନବୀନ ଅଗ୍ରୱାଲ, ପପୁ ଅଗ୍ରୱାଲ, ନସିବ ଜିନ୍ଦଲ, ରାଜ କୁମାର ମିତ୍ତଲ, ଅଙ୍କିତ ଅଗ୍ରୱାଲ, ସାର୍ଥକ ଅଗ୍ରୱାଲ, ଆର୍ୟାନ ମିତ୍ତଲ, କମଲ୍ ଅଗ୍ରୱାଲ ଏବଂ ମଞ୍ଚର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post