lika

ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ରକ୍ତଦାନ କରି ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଲେ ରକ୍ତଦାତା ବିକାଶ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ବିଶ୍ୱକୁ ଘାରିଛି କରୋନା ମହାମାରୀର ତୃତୀୟ ଲହରର ଭୟ । ଏଭଳି ପରିସ୍ଥିତିରେ ଲୋକେ ଘରୁ ବାହାରିବା ତ ଦୂରର କଥା ରକ୍ତଦାନ କରିବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି । ତେବେ ଏଭଳି ସମୟରେ ବଲାଙ୍ଗିରର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ସ୍ପିଟାଲରେ ଚିକିତ୍ସିତ ହେଉଥିବା ଫାଲ୍‌ଗୁନି ଛୁରା(୬୦) ନାମକ ଜଣେ ରୋଗୀଙ୍କୁ ଡାକ୍ତର ତୁରନ୍ତ ଏବି ପୋଜିଟିଭ୍‌ ରକ୍ତର ଆବଶ୍ୟକ ରହିଛି ବୋଲି କହିଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଭଣ୍ଡାରରେ ରକ୍ତ ନ ପାଇବାରୁ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଆଳତି କମିଟିକୁ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ କମିଟିର ସଦସ୍ୟ ବିକାଶ ସା ସଂଗେ ସଂଗେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ରୋଗୀଙ୍କ ଅମୂଲ୍ୟ ଜୀବନ ବଞ୍ଚାଇଥିଲେ । ଏଥିପାଇଁ ରକ୍ତଦାତା ଶ୍ରୀ ସାଙ୍କୁ ରୋଗୀଙ୍କ ସମ୍ପର୍କୀୟ ଧନ୍ୟବାଦ ଜଣାଇଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଧନ୍ୟବାଦ ଜଣାଇଛି ।

babaa
Leave A Reply

Your email address will not be published.