pakka

ଜିଲ୍ଲା ଯୁବ କୁଲତା ସମାଜ ତରଫରୁ ରକ୍ତଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମର ବିଲାସିନି ସାହୁ କିଡିନି ସମସ୍ୟା ହେତୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୬% ଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଲାସିନି ସାହୁଙ୍କ ସ୍ୱାମୀ ସୁଦର୍ଶନ ସାହୁ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ପୁଇଁନ୍ତଲା ବ୍ଲକ ରଣ୍ଡା ଗ୍ରାମର ଅଶ୍ୱିନୀ କୁମାର ରକ୍ତଦାନ କରି ବିଳାସିନି ସାହୁଙ୍କ ଜୀବନ ବଂଚାଇଥିଲେ । ଏ ଅବସରେ ସକ୍ରିୟ ଯୁବ ସଦସ୍ୟ ରଣ୍ଡା ଗ୍ରାମର ମୁକେଶ ପଧାନ ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ବଲାଙ୍ଗିର ରକ୍ତ ଭଣ୍ଡାରରେ ବର୍ତ୍ତମାନ ରକ୍ତର ଅଭାବୀ ହେତୁ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

4 + 9 =