jsm

ମଣ୍ଡିରୁ ଧାନ ଉଠୁନି : ଭୋକ ଉପବାସରେ ରାଜରାସ୍ତାରେ ଚାଷୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଝାରବନ୍ଧ, ଡ଼ଭା, ଲଉଡିଦରହା, ଜଗଦଲପୁର, ଅମଠି, ବିଳାସପୁର, କନ୍ଦାଡ଼ଙ୍ଗର ଧାନ ମଣ୍ଡିରେ ଚାଷୀଙ୍କ ଧାନ ଉଠୁନାହିଁ । କୁଇଣ୍ଟାଲ ପିଛା ୩ କିଲୋ ଧାନ କଟା ଯାଉଛି । ଚାଷୀଙ୍କୁ ଅଖା ଯୋଗାଇବା ନିୟମ ରହିଥିବା ବେଳେ ତାହା ଯୋଗାଇ ଦିଆଯାଉ ନାହିଁ । ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି । ଏ ନେଇ ଚାଷୀ ନିଜର ହକ୍‌ ପାଇଁ ଆଜି ସକାଳୁ ଲଉଡିଦରହା ଢେରାଖାପ ଚାରି ଛକ ଠାରେ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି । ସମସ୍ତ ଚାଷୀଙ୍କ ଧାନ ମଣ୍ଡିରୁ ନ ଉଠିବା ପାଇଁ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିଲେ ଚାଷୀ ଆନ୍ଦୋଳନରୁ ଓହରିବେ ବୋଲି ଜିଦ ରେ ଅଟଳ ରହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଙ୍କ ସରକାର ବୋଲି କହି ଆସୁଛନ୍ତି । ଚାଷୀଙ୍କ ଏପରି ଦୁ‌ର୍ଦ୍ଦଶାକୁ କିପରି ଧାନ ଉଠିବାର ବ୍ୟବସ୍ଥା ନ କରି ଚୁପ ବସି ରହିଛନ୍ତି ବୋଲି ଚାଷୀ ମାନେ କହିଛନ୍ତି । ଏଥିରୁ ଜଣା ଗଲା ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ୪୮ଘଣ୍ଟା ମଧ୍ୟରେ ଚାଷୀ ତାହାର ପ୍ରାପ୍ୟ ନଇଁ ଏକାଉଣ୍ଟ ରେ ପାଇ ଯିବ ତାହା ନିୟମ କରିଛନ୍ତି । ତାହା ମଧ୍ୟ ହୋଇପାରୁ ନାହିଁ । ମିଲର୍ସ ଚାଷୀଙ୍କ ଧାନ କିଣୁ ନାହିଁ । ପା‌କ୍ସ ଚାଷୀଙ୍କ ଧାନ କିଣିଥାଏ, ଏ ନେଇ ସରକାର ପା‌କ୍ସକୁ କଛି କମିଶନ ମଧ୍ୟ ଦେଇଥାନ୍ତି । ତଥାପି ଏହି ନିୟମ ବାଟରେ ରହିଯାଇଛି । ମିଲର୍ସଙ୍କ ଏଜେଣ୍ଟ ଜରିଆରେ ଧାନ ମଣ୍ଡିରୁ କଟନୀ ଛଟନୀ ହେଉଛି । କୁଇଣ୍ଟାଲ ପିଛା ତିନି କିଲୋ ଧାନ କଟାଯିବା ଓ ଚାଷୀଙ୍କୁ ଅଖା ଦିଆଯାଉ ନାହିଁ । ଏହି ଟଙ୍କା କାହା ପକେଟ କୁ ଯାଉଛି । ତାହାର ତଦନ୍ତ କରାଯାଇ କର୍ୟ୍ୟାନୁଷ୍ଠାନ ଦାବୀ ହୋଇଛି । ଚାଷୀ ନେତା ଅଶୋକ କୁମାର ପଧାନ, ନନ୍ଦଲାଲ ମହାପାତ୍ର, ଗଙ୍ଗା ପଟେଲ, ମନୋଜ କୁମାର ପଧାନ, କୁବେର ସାହୁ, ଚକ୍ରଧର ଜଗତ, କିଶୋର ସାମଲ, ମହେନ୍ଦ୍ର ପଧାନ, ରମେଶ ମହାପାତ୍ର, ସରପଞ୍ଚ ବଳରାମ ଖମାରି, ସମିତି ସଭ୍ୟ ନରେନ୍ଦ୍ର ପ୍ରଧାନ ସମେତ ଶତାଧିକ ଚାଷୀ ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି ।

yuvodaya
Leave A Reply

Your email address will not be published.