jsm

ଆନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟ ବର୍ଷ ୨୦୨୩ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳିତ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟ ବର୍ଷ ୨୦୨୩ ପାଳନ ନିମନ୍ତେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ରେଗଡା ପଂଚାୟତ ବିଜାପାଟି ଠାରେ ଗ୍ରାମ୍ୟ ପୁଷ୍ଟିକର ଦିବସ ପାଳିତ ହୋଇଥିଲା । ଏଥିରେ ବ୍ଳକ କୃଷି ଅଧିକାରୀ ଜିତୀନ୍ଦ୍ର ମୁର୍ମୁ, ଆଇସିଡିଏସ୍‌ ସୁପରଭାଇଜର କୁସୁମ ପଣ୍ଡା, ମିଶନ ଶକ୍ତି ବିପିସି ବିପିନ କୁମାର ବାରିକ, ମିଲେଟ ମିଶନ କାର୍ଯ୍ୟକାରୀ ଏନ୍‌ଜିଓ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଏବିପିସି ପ୍ରଦୀପ କୁମାର ସାହୁ, ରେଗଡା ଆଇସିଡିଏସ୍‌ କର୍ମୀ ଉଦ୍ୟାନ ଭୋଇ, ଭୋଇରମୁଣ୍ଡା ଆଇସିଡିଏସ୍‌ କର୍ମୀ ଝିଲି ସାହୁ, ଯୋଗିପଲା ଆଇସିଡିଏସ୍‌ କର୍ମୀ ନେତ୍ରମଣି ବେହେରା, ଦାଣ୍ଡିଭଜା ଆଇସିଡିଏସ୍‌ ଖିତିସୁତା ସାହୁ, ବିଜାପାଟି ଆଇସିଡିଏସ୍‌ କର୍ମୀ ଗୀତାଞ୍ଜଳି ଝାଙ୍କର, ଭୋଇପଡା ଇଆସିଡିଏସ୍‌ କର୍ମୀ ସବିତା ମହାନନ୍ଦ, ସିଆର୍‌ପି ବାଲ୍ମୀକି ଛତ୍ରୀଆ, ହିସାବରକ୍ଷକ ଅଜିତ କୁମାର ପ୍ରଧାନୀ ପ୍ରମୁଖ ଯୋଗ ଦେଇ ଗର୍ଭବତୀ ଓ ପ୍ରସୂତି ମହିଳା କିଭଳି କ୍ଷୁଦ୍ର ଶଷ୍ୟକୁ ଖାଦ୍ୟ ରୂପେ ଗ୍ରହଣ କରିବେ ଓ ଏହାର ଉପଦେୟତା ଉପରେ ଆଲୋଚନା କରିଥିଲେ । ଠିକ୍‌ ସେହିପରି ରାଜପୁର ପଂଚାୟତର ଗୋଇନ୍ଦା ମୁଣ୍ଡାଠାରେ ମିଲେଟ ମିଶନ ପ୍ରକଳ୍ପର ବିପିସି ଜଗଦୀଶ ପ୍ରସାଦ ରଣା, ଆଇସିଡିଏସ୍‌ ସୁପରଭାଇଜର ଗୀତା ହରିଜନ, ସିଆର୍‌ପି ଭାନୁମତି ପ୍ରଧାନ ଓ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜାପାଟିର ମା’ ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀର ବାସନ୍ତୀ ଚୌଧୁରୀ, ହିମାଣି ଚୌଧୁରୀ, ସୋନାଲି ଚୌଧୁରୀ, ଜ୍ୟୋତି ରେଖା ଚୌଧୁରୀ, ଅହଲ୍ୟା ଚୌଧୁରୀ, ଲଷ୍ମୀ ରଣା ଓ ସିଶାଖାଲ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ତ୍ରିବେଣୀ ସାହୁ, ଅହଲ୍ୟା ସାହୁ, ନିଳେନ୍ଦ୍ରୀ ସାହୁ, ଗୋମତି ସାହୁ, ମେନକା ସାହୁ, ବନୀତା ସାହୁ, ଖିତିସୁତା ସାହୁ, ଭୁପିନ୍ଦର ଚୌଧୁରୀ, ଡୋଳାମଣୀ ନାଏକ, କୌତୁକ ଚୌଧୁରୀ, ମହାଦେବ ସାହୁଙ୍କ ସମେତ ସାମନ୍ତ ଦୀପ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.