p purohi

୨୯ତମ ରାଉରକେଲା ପୁସ୍ତକ ମେଳାର ତୃତୀୟ ଦିବସ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ତୃତୀୟ ଦିବସ ରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବିଜୟ କୁମାର ପାତ୍ର ଓ ପୁଷ୍ପଲତା ମିଶ୍ର ଦାୟିତ୍ଵ ତୁଳାଇଥିଲେ । ପ୍ରାରମ୍ଭରେ ଡାକ୍ତର ବସନ୍ତ କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ଉପଦେଷ୍ଟା ଗୋପିନାଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା, ଜ୍ୟୋତିରଞ୍ଜନ ମହାପାତ୍ର, ଟି. ମଧୁସୂଦନ, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥୀ, ସୁଶୀଲ କୁମ୍ଭାର, କୁମାର କୁମ୍ଭାର, ଯୋଗେଶ୍ୱର ବାଗ, ଅର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୫ ତାରିଖରେ ଉତ୍କଳ ଗୀତିକବି ସମାଜ ତରଫରୁ ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହେବ ।

nrusinghnath
Leave A Reply

Your email address will not be published.