ପ୍ରତିପାଳନ ଯତ୍ନ ଶିଶୁ ହସ୍ତାନ୍ତର ଉତ୍ସବ : ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ବଂଚିବା ପ୍ରତ୍ୟେକ ଶିଶୁଙ୍କ ଜନ୍ମଗତ ଅଧିକାର : ଜିଲ୍ଲପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ପ୍ରତିପାଳନ ଯତ୍ନ ଶିଶୁ ହସ୍ତାନ୍ତର ଉତ୍ସବ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମର ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରତିପାଳନ ଯତ୍ନ ଓ ଏଥି ସମ୍ୱନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁଙ୍କ ସାମଗ୍ରିକ ବିକାଶ ଓ ସୁବ୍ୟବସ୍ଥିତ ଜୀବନ ଗଠନରେ ଏକ ପରିବାରର ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଲେ ଯେ ସୁରକ୍ଷିତ ଓ ବ୍ୟବସ୍ଥିତ ଭାବେ ବଂଚିବା ପ୍ରତ୍ୟକ ଶିଶୁଙ୍କ ଜନ୍ମଗତ ଅଧିକାର ଓ ଏଥିରୁ କୌଣସି ଶିଶୁ ବଞ୍ଚିତ ହେବା ଉଚିତ ନୁହେଁ । ଏହି ଅବସରରେ ଦୁଇଜଣ ଶିଶୁଙ୍କୁ ଯଥା ଲକ୍ଷ୍ମଣ ଭୋଇ, ବୟସ ୧୩ ବର୍ଷ ଓ ମାନସୀ ବରିହା ବୟସ ୬ ବର୍ଷ ଶିଶୁ ଦ୍ୱୟଙ୍କୁ ସୁବର୍ଣ୍ଣପୁରର ନୀଳିମା ପ‌ଟ୍ଟନାୟକ ନିଜର ପରିବାରକୁ ଆପଣେଇ ଥିବାରୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଶିଶୁ ଦ୍ୱୟଙ୍କର ଉ‌ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆହୁରି ଏମିତି ପରିବାର ପ୍ରତିପାଳନ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଆପଣେଇ ପାରିବେ ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାଶ, ଶିଶୁ ମଙ୍ଗଳ କମିଟି ଅଧକ୍ଷ ହିମାଂଶୁ ନାଏକ, ପ୍ରୋଗ୍ରାମ ଅଧିକାରୀ ଅନିତା ଗୁରୁ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ପ୍ରମୁଖ ସମ୍ମାନିତ ଅତିଥି ନିଜ ନିଜର ମତବ୍ୟକ୍ତ କରିଥିଲେ । ଡି ସି ପି ଓ ସଭା ପରିଚାଳନା କରିଥିବା ବେଳେ ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଶିଶୁ ଯତ୍ନଅନୁଷ୍ଠାନ, ସ୍ଵଧାର, ଉ‌ଜ୍ୱଳ, ସଖି, ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନର ସଦସ୍ୟ ଅଂଶ ଗ୍ରହଣ କରିଥିଲେ । କାର୍ୟ୍ୟକ୍ରମକୁ ରାକେଶ ପ୍ରଧାନ, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କଳସାଏ, ସ୍ୱାଗତ ରାଜ ମିଶ୍ର, ବିଶେଶ୍ୱର ହୋତା, କେଶବ ଚନ୍ଦ୍ର ମେହେର, ଚଉବନ ସେଠୀ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.