jsm

ଅର୍ଦ୍ଧେନ୍ଦୁ ଦାସଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କର୍ଲାମୁଣ୍ଡାରେ ରାଲି

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଶିଷ୍ଟ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଆଜି କର୍ଲାମୁଣ୍ଡା ଜନଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ରାଲିରେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ, କଂଗ୍ରେସ କର୍ଲାମୁଣ୍ଡା ମଣ୍ଡଳ ସଭାପତି ହିରୋଜ ସାହୁ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମ୍ପାଦକ ପ୍ରଦୀପ କୁମାର ସାହୁ, ସାମ୍ବାଦିକ ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ବ୍ଲକ କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ ମଧୁସୂଦନ ବାଗ, ଆଇନଜୀବୀ ଦଶରଥ ସାହୁ, ପୃଥ୍ୱୀରାଜ ଦଣ୍ଡସେନା, ମନୁଲାଲ ବଗର୍ତ୍ତୀ, ମହେନ୍ଦ୍ର ସାହୁଙ୍କ ସମେତ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.