csstore

ରାଜ୍ୟସ୍ତରୀୟ ସମ୍ୱଲପୁରୀ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ଠାରେ ମନୋହର ସାଂସ୍କୃତିକ ସଂସଦ ଭେଡ଼େନ ଓ ଘାଏ ଦେଖତ ଗାଇସିଲେଟର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏ ଓ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଗାଇସିଲେଟ ଠାରେ ଅନୁଷ୍ଠିତ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ବୈଠକରେ ଜୟନ୍ତୀ ସଭା, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ, କବିତା ପାଠୋତ୍ସବ ତଥା ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ରଖିବାପାଇଁ ସ୍ଥିର କରାଗଲା । ସକାଳ ୯ ଘଟିକାରୁ ସଭା ଆରମ୍ଭ ହୋଇ ଅପରାହ୍ନ ୪ ପର୍ୟ୍ୟନ୍ତ ସଭା ଚାଲିବା ପାଇଁ ସ୍ଥିରୀକୃତ ହୋଇଛି । ଉକ୍ତ ବୈଠକରେ ନିରଞ୍ଜନ ପଣ୍ଡା, କୃଷ୍ଣଚନ୍ଦ୍ର ଭୋଇ, ଦିଲ୍ଲୀପ ଦେବତା, ମୋହନ ସିଂ କହ୍ନେଇ, ସନ୍ତୋଷ କୁମାର ତ୍ରିପାଠୀ, ବିନୋଦ ବୈକାର, ବୈରାଗୀ ସାହୁ, ନିମାଇଁ ସାହୁ, ଚିରାନନ୍ଦ ଭୋଇ, ହିମାଂଶୁ ଭୋଇ, ଗୋପାଳ ଭେସରା, ସଦାଶିବ ଦୀପ, ନବୀନ କୁମାର ସାହୁ, ଋକ୍ମଣ ଦିଶ୍ରୀ, ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ସୁ-ଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ତେଜରୁ ବାରିକ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା ।

jayashree
Leave A Reply

Your email address will not be published.