csstore

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ପିଣ୍ଟୁ ଗଲେ ଜେଲ୍

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗତକାଲି ଆକ୍ରମଣ ହୋଇଥିଲା । ଏହି ମାମଲାରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କୁ ଗୋଷାଣୀ ନୂଆଗାଁ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ପିଣ୍ଟୁଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ’ ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଗୋଷାଣୀ ନୂଆଗାଁ ଥାନା ସ୍ଥିତ ଏକ ବୁଥ୍ ଯାହା, ସରକାରୀ ଉତ୍କକମଣି ହାଇସ୍କୁଲ ନିକଟରେ ବିଜେପି ସାଂସଦପ୍ରାର୍ଥୀ ଡ଼ଃ. ପ୍ରଦୀପ ପାଣିଗ୍ରାହୀଙ୍କ ସହ ପୂର୍ବତନ ବ୍ରହ୍ମପୁର ମେୟର ତଥା ସ୍ଵାଧୀନ ପ୍ରାର୍ଥୀ ଭାବେ ବ୍ରହ୍ମପୁର ବିଧାୟକ ପାଇଁ ଲଢ଼ୁଥିବା ଶିବଶଙ୍କର ଦାଶ (ପିଣ୍ଟୁ)ଙ୍କ ମଧ୍ୟରେ ବଚସାରୁ ଲଢେ଼ଇ ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପିଣ୍ଟୁ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଏଵଂ ଘଟଣାସ୍ଥଳରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ଥାନୀୟ ସମର୍ଥକଙ୍କ ଦ୍ୱାରା ଏକ ବ୍ୟାଟେରୀ ଅଟୋ-ରିକ୍ସାରେ ବ୍ରହ୍ମପୁର ବଡ଼ ମେଡିକାଲ ଏମ୍.କେ.ସି.ଜି ହସ୍ପିଟାଲକୁ ଆଣିଥିଲେ । ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ଆହତ ଅବସ୍ଥାରେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

jayashree
Leave A Reply

Your email address will not be published.