csstore

ପୁଇଁତଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରାମଜୀ ହାଇସ୍କୁଲ କୁରୁଲଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଉଦ୍‌ଘାଟନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ବ୍ଲକ ଆବାହକ ଗିରିଜା ବାଙ୍କି, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ, ପରିଚାଳନା କମିଟି ସଭାପତି ସୁଦାମ ପଟେଲ ସମ୍ମାନିତ ଅତିଥି ରୂପେ ମଂଚାସିନ ଥିଲେ । ବ୍ଲକର ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ୨୦୨ ଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା । ଅପରାହ୍ନରେ ବିଇଓ ରତ୍ନମୟୀ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ମୁଖ୍ୟ ଅତିଥି, ଓଏଭି ମହିମୁଣ୍ଡା ଅଧ୍ୟକ୍ଷ ଅଶୋକ ଖଟୁଆ ମୁଖ୍ୟବକ୍ତା, ଏବିଇଓ ଲଛମନ ପଧାନ, ସରପଂଚ ଅନିତା ସେଟ୍‌, ସମିତି ସଭ୍ୟା ଯଶୋବନ୍ତୀ ସେଠ, ପ୍ରକୃତିବନ୍ଧୁ ପୂର୍ବତନ ଶିକ୍ଷକ ଦିଗାମ୍ବର ନାଏକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ତାରାକାନ୍ତ ମିଶ୍ର, ସୁଧାନିଧି ମିଶ୍ର, ରାଜ କିଶୋର ମିଶ୍ର, ସୁବ୍ରତ ବାବୁ, ସନ୍ତୋଷିନୀ ସାହୁ ଓ ସୌରେନ୍ଦ୍ରି ପରିଡା ବିଚାରକ ଭାବେ ଯୋଗଦାନ କରି ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଭିନ୍ନ ଉପ ବିଷୟବସ୍ତୁରୁ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଜ୍ଞାନ ପଟେଲ, ମହିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିବ ନାରାୟଣ ସେଲମା, ପର୍ଥଲ୍ଲା ଉଚ୍ଚ ବିଦ୍ୟାଳୟର ରାଜଲକ୍ଷ୍ମୀ ମେଶ୍ୱା, ବହଲପଦର ଉଚ୍ଚ ବିଦ୍ୟାଳୟର କ୍ରିଷ୍ଣକାନ୍ତ ନାଗ, ବୁବେଲ ଉଚ୍ଚ ବିଦ୍ୟାଳୟର ହିତେଶ ସାଏ ଓ କୁରୁଲ ଉଚ୍ଚ ବିଦ୍ୟାଳୟର ଅର୍ଚ୍ଚିତା ବିଶ୍ୱାଳଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ଆଗାମୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଯୋଗଦାନ କରିବେ । କାର୍ଯ୍ୟକ୍ରମକୁ କୁରୁଲର ପୂର୍ବତନ ଶିକ୍ଷକ ପ୍ରମୋଦ ହୋତା, ବାସନ୍ତୀ ସାହୁ, ଦଧିବାବନ ବାଗ, ରଞ୍ଜୁ ପଟେଲ, ସବୁ ନାଗ, ଶୁକଦେବ ପଟେଲ, ରଘୁନାଥ ପଟେଲ, ନକୁଳ ନାଏକ ସହଯୋଗ କରିଥିଲେ । ଜୟକୃଷ୍ଣ ନାଏକ ବିବରଣୀ ପଠନ କରିଥିବାବେଳେ ନାରାୟଣ ମିଶ୍ର ମଂଚ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.