jayashree

ବିଶିଷ୍ଟ ସମାଜସେବୀ ମୀରା ପରିଡାଙ୍କର ସେଞ୍ଚୁରିଅନ ପରିସର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଆଇଟିଏମ୍‌ ପରିସରରେ ଏକ ଭିନ୍ନ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଥିଲା । ଯେତେବେଳେ ବିଶିଷ୍ଟ ସମାଜ ସେବୀ ତଥା ନୂତନ ଯୁବ ପିଢ଼ି ପାଇଁ ଏକ ଅନୁସରଣୀୟ ବ୍ୟକ୍ତିତ୍ୱ ମୀରା ପରିଡା କଲେଜ ଓ ବିଦ୍ୟାଳୟର ପରିଦର୍ଶନରେ ଆସିଥିଲେ । ପ୍ରଥମେ ଯୁକ୍ତ ଦୁଇ କଳାର ଛାତ୍ରୀ ଇଷିକା ଜୟସ୍ୱାଲ ତାଙ୍କୁ ସ୍ୱାଗତ କରିଥିଲେ ତା’ପରେ ଯୁକ୍ତ ଦୁଇ କଳାର ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ, ଅଙ୍କିତା, ମିତାଲି, ଲିପିକା, ନନ୍ଦିନୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଧ୍ୟକ୍ଷା ଅଙ୍କିତା ସୁଭ୍ରସ୍ମିତା ଗଡ଼ତିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତା’ପରେ ମୁଖ୍ୟ ଅତିଥି ମୀରା ପରିଡା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ପିଲାମାନଙ୍କୁ ଦୃଢ ସଂକଳ୍ପ, ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜୀବନରେ ଲକ୍ଷ୍ୟ ପ୍ରାପ୍ତି କରିବାକୁ ହେଲେ ବିଫଳତା ପାଇଁ ନିରାଶ ନ ହୋଇ ଆଶାବାଦୀ ଓ ଦୃଢ ମନୋବଳ ନେଇ ଆଗକୁ ବଢିଲେ ସମସ୍ତେ ସଫଳ ହୋଇପାରିବେ ବୋଲି କହିଥିଲେ । ତା’ପରେ ତାଙ୍କର ଛାତ୍ରଛାତ୍ରୀମାନଙ୍କ ସହିତ ଭାବର ଆଦାନ ପ୍ରଦାନ ହୋଇଥିଲା । ସେ ଅନୁସଂଦିସ୍ତୁ ଛାତ୍ରଛାତ୍ରୀମାନଙ୍କର ଅନେକ ପ୍ରଶ୍ନର ଅତି ସୁନ୍ଦର ଭାବରେ ଉତ୍ତର ଦେଇ ସେଇମାନଙ୍କୁ ଅନୁପ୍ରାଣିତ କରିଥିଲେ । ଏହା ଜେଆଇଟିଏମ୍‌ ପରିସରରେ ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲା । ସେଞ୍ଚୁରିଅନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଦୃଢ ମନୋବଳ ଓ ଆତ୍ମ ବିଶ୍ୱାସର ସହିତ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ଯୁକ୍ତ ଦୁଇ କଳାର ଉପଧ୍ୟକ୍ଷା ପୁଣ୍ୟତୋୟା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ।

Leave A Reply

Your email address will not be published.