oom

ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା

jsmm

ଦେଓଗାଁ : ଦେଓଗାଁ ବ୍ଳକ କୁତୁର୍ଲା ଧୃବାନନ୍ଦ କଲେଜ‌ରେ ସୋମବାର ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା ହୋଇଯାଇଛି । ଇକୋ କ୍ଲବ୍‌ ଅଧିନରେ ତଥା ଅଧ୍ୟକ୍ଷ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ରିସୋର୍ସପର୍ସନ ଭାବେ ବଲାଙ୍ଗିର ନେହେରୁ ଯୁବକେନ୍ଦ୍ରର ଅଶୋକ ମେହେର ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ଜନସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ସମ୍ମାନିତ ଅତିଥିଭାବେ ସ୍ଥାନୀୟ କୋସଲୀ ଲୋକନୃତ୍ୟ ଏକାଡେମୀର ସମ୍ପାଦକ ଧରଣୀଧର ନାୟକ, ଅଧ୍ୟାପକ ବଳରାମ ପଧାନ, ହେମନ୍ତ ସାହୁ, ମଙ୍ଗଳ ସାହୁ ଏବଂ କ୍ରୀଡାଶିକ୍ଷକ ସରୋଜ ନାୟକ ଯୋଗଦେଇଥିବା ବେଳେ ଗ୍ରନ୍ଥାଗାରିକ ଗୌରାଙ୍ଗ ବେମାଲ, ଲକ୍ଷ୍ମଣ ପଧାନ, ଝସକେତନ ସାହୁ, ନିରଞ୍ଜନ ପଟେଲ, ଶାନ୍ତନୁ ପଣ୍ଡା, ପରମେଶ୍ଵର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.