ଓଡ଼ିଶାରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି

ନୂଆଦିଲ୍ଲୀ, (ପିଆଇବି) : ବିଏସ୍‌ଏନ୍‌ଏଲ୍‌ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ବିଏସ୍‌ଏନ୍‌ଏଲ୍‌ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ରବି ଓଡ଼ିଶା ପରିମଣ୍ଡଳରେ ରାଜସ୍ୱ ବୃଦ୍ଧି, ଭାରତ ଫାଇବର ବିକାଶ, ୪ଜି ସମ୍ପୂର୍ଣ୍ଣତା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରିଥିଲେ । ଏହି ଗସ୍ତ ଅବସରରେ ବିଏସ୍‌ଏନ୍‌ଏଲ୍‌ ସିଏମ୍‌ଡି ସ୍କାଇପ୍ରୋ ସହଭାଗିତାରେ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳର ଏଫ୍‌ଟିଟିଏଚ୍‌ ଗ୍ରାହକଙ୍କ ପାଇଁ ଆଇଏଫ୍‌ଟିଭି (ଇଣ୍ଟରନେଟ୍ ଫାଇବର ଟିଭି) ସେବାକୁ ଉଦ୍‌ଘାଟନ କରିଥିଲେ । ଏହି ସେବା ଜରିଆରେ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳର ଏଫ୍‌ଟିଟିଏଚ୍‌ ଗ୍ରାହକଙ୍କୁ ପାଖାପାଖି ୫୫୦ ଲାଇଭ୍ ଟିଭି ଚାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ । ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧିକ ସୁଲଭ କରିବ । ବିଏସ୍‌ଏନ୍‌ଏଲ୍‌ ସିଏମ୍‌ଡି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବିଏସ୍‌ଏନ୍‌ଏଲ୍‌ ବିଆଇଟିଭି ବ୍ରାଣ୍ଡ ନାମରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖିବାର ସେବା ଆରମ୍ଭ କରିଛି । ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧି ପ୍ରକଳ୍ପ ଅଧୀନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ ଫୋର୍ ଜି ଟାୱାର୍ ପ୍ରତିଷ୍ଠା କରିଛି । ଓଡ଼ିଶା ୨୬୯୫ ମୋବାଇଲ ଟାୱାରକୁ ଥ୍ରୀଜିରୁ ଫୋର୍ଜି ସେବାକୁ ଉନ୍ନତିକରଣ କରିଛି । ଯାହାଫଳରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ସାରା ରାଜ୍ୟରେ ହାଇସ୍ପିଡ୍ ମୋବାଇଲର ତତ୍କାଳ ସୁବିଧା ମିଳିବ ।

Leave A Reply

Your email address will not be published.