ଉଜଳ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ବୁଡାମାଲ ପଞ୍ଚାୟତ ଖଇରପାଲି ଗ୍ରାମର ଉଜଳ ମେହେରଙ୍କ ଖଇରପାଲି ବାସଭବନରେ ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉଜଳ ମେହେର ଥିଲେ ଜଣେ ଗ୍ରାମର ଭଦ୍ର ବ୍ୟକ୍ତି ତଥା ବରିଷ୍ଟ ସଂଗଠକ ଏବଂ ଆଧ୍ୟାତ୍ମିକ ଚିନ୍ତନ ଧର୍ମି ବ୍ୟକ୍ତି, ତାଙ୍କର ଉଦ୍ୟମରୁ ହିଁ ଖଇରପାଲିଠାରେ ଲକ୍ଷ୍ମୀ ପୂଜା ହୋଇ ଆସୁଥିଲା । ତାଙ୍କର ଦେହାନ୍ତରେ ଆଜି ଅଞ୍ଚଳ ସାରା ଶୋକର ଲହରୀ ଖେଳି ଯାଇଛି । ତାଙ୍କ ପଛରେ ପୁଅ ରାଧେଶ୍ୟାମ, ଜୁବରାଜ, ସନ୍ତୋଷ ଏବଂ ୩ ବହୁ, ନାତି ନାତୁଣୀ ଛାଡି ଚାଲି ଯାଛନ୍ତି । ଗ୍ରାମ ନିକଟସ୍ଥ ତାଙ୍କ ଖେତରେ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ବଡ ପୁଅ ରାଧେଶ୍ୟାମ ମାଟି ଦେଇଥିଲେ । ପରେ ସମସ୍ତ ବନ୍ଧୁ ପରିଜନ ମାଟି ଦେଇଥିଲେ ।

Leave A Reply

Your email address will not be published.