csstore

ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ତ୍ରିପାଠୀଙ୍କ ପରଲୋକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ପଂଚାୟତ ଅନ୍ତର୍ଗତ ଠେଙ୍ଗାନାଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଯୋଗୁଁ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା । ମୃତ୍ୟୁଶଯ୍ୟା ନିକଟରେ ଭାଇ ବସନ୍ତ ତ୍ରିପାଠୀ, ବିନୋଦ ତ୍ରିପାଠୀ, ପ୍ରମୋଦ ତ୍ରିପାଠୀ, ସରୋଜ ତ୍ରିପାଠୀ, ଭଉଣୀ ସୁରେଶ୍ୱରୀ, ଚମ୍ପେଶ୍ୱରୀ, ରାସେଶ୍ୱରୀ, ବଡ଼ ପୁଅ ସୁନୀଲ ତ୍ରିପାଠୀ, ସାନ ପୁଅ ଅନିଲ ତ୍ରିପାଠୀ, ପୁତୁରା ଅମୀୟ, ଅରବିନ୍ଦ, ପ୍ରବୀଣ, ପ୍ରଣବ, ଶୁଭମ, ମନୋଜ, ଝିଅ ପଦ୍ମାସିନୀ, ପଦ୍ମିନୀ, ଅନୁପମା, ସୁପ୍ରଭା, ସ୍ନିଗ୍ଧା, ଅରୁଣିମା, ସରିତା, ସୋନାଲିକା, ନାତି ଧୀରଜ, ନିରଜ, ସ୍ୱାଗତ, କ୍ରିଷ୍ଣା, ତ୍ରିପାଠୀ ପରିବାର ଉପସ୍ଥିତ ଥିଲେ । ଶବାଧାରରେ ବନ୍ଧୁପରିଜନ ଓ ଗ୍ରାମବାସୀ ଯାଇ ନିକଟସ୍ଥ ଶ୍ମଶାନରେ ଶବଦାହ କରିଥିଲେ । ବଡ଼ପୁଅ ସୁନୀଲ ମୁଖାଗ୍ନି ଦେଇଥିଲେ । ସେ ପ୍ରଥମେ ଅନ୍ଧାରିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପରେ ଅଇଁଲାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ଶିକ୍ଷାଦାନ କରି ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ଗଠନ କରିଥିଲେ । ଅବସର ପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.