csstore

ରାଜମଣି ଦାଶଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ ସ୍ୱର୍ଗତ ଡା. ବାଣିଭୂଷଣ ଦାଶଙ୍କ ଧର୍ମପତ୍ନୀ ରାଜମଣି ଦାଶଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ସରୋଜ ଦାଶ, ବରିଷ୍ଠ ଓକିଲ ମନୋଜ ଦାଶ, ବୋହୂ ସୁଜାତା ଦାଶ, ଭାରତୀ ଦାଶ, ଝିଅ ତନୟା ଆଚାର୍ଯ୍ୟ, ଅନୟା ଦାଶ, ହୋଟେଲ ଇନ୍ଦ୍ରପ୍ରସ୍ଥ ମାଲିକ ତଥା ଜ୍ୱାଇଁ ରାମ ଦାଶ, ବୃନ୍ଦାବନ ମିଶ୍ର ସହିତ ନାତି ନାତୁଣୀ ଅଟଳ, ବିଶ୍ୱଜିତ, ଲିପୁନ, ସିବୁନ, ଶ୍ରୀକାନ୍ତ, କୁନୁ, ରଂଜିତ, ଶୁଭ ସ୍ମୃତି ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ଶବ ସତ୍କାରରେ ବାସୁଦେବ ଦାଶ, ସୁଧିର କୁମାର ଦାଶ, ନାରାୟଣ ମିଶ୍ର, ଯୁଧିଷ୍ଟିର ମିଶ୍ର, ଆଶୁତୋଷ ଦାଶ, ଅରୁଣ ପାଢୀ, ଦିନେଶ ଦାଶ, ଆଶିଷ କେଜ୍ରିୱାଲ, କାଉନସିଲର ମହେନ୍ଦ୍ର ବାଗ ଉପସ୍ଥିତ ଥିଲେ । ଜ୍ୟେଷ୍ଠ ପୁତ୍ର ସରୋଜ ଦାଶ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.