ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବକ୍ତୃତାମାଳାର ଷଷ୍ଠ ସ୍ତବକ ପୁରୀର ଗାନ୍ଧୀ ସ୍ମୃତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ରଚିତ ପୁସ୍ତକ ‘ଓ ଏବଂ ଇତ୍ୟାଦି’ ସମ୍ପର୍କରେ କବି ଶୈଳବାଳା ମହାପାତ୍ର ଆଲୋଚନା ଉପସ୍ଥାପନ କରିଥିଲେ । ଇଞ୍ଜିନିୟର ଗିରିଜା ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମାନସ ରଞ୍ଜନ ମହାପାତ୍ର, ଜନ୍ମେଜୟ ଦ୍ଵିବେଦୀ, ବିଭୂତି ଭୂଷଣ କର, ହର ପ୍ରସାଦ ମହାପାତ୍ର, ଉମେଶ ଚନ୍ଦ୍ର ଦାସ, ଆଲୋକ କୁମାର ପ୍ରଧାନ, ଲାଲା ଅନନ୍ତ କୁମାର ସିଂହ, ଶିବ ପ୍ରସାଦ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର ଓ ବିଚିତ୍ରା ଦାଶ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଅଧ୍ୟାପକ ବଳରାମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.