csstore

ଘୋରଡିଆରେ ଅଗ୍ନି ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମର ପରମ୍ପରା କ୍ରମେ ଓଡ଼ିଆ ଗଣପର୍ବ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଆରାଧ୍ୟ ଦେବତା ସୋମନାଥ ଦେବଙ୍କୁ ଶତାଧିକ ଭକ୍ତମାନେ ସୁସଜ୍ଜିତ ଆଲୋକମୟ ବାଜା, ବାଣ, ନଦିଆ ସଂକୀର୍ତ୍ତନ, ଘଣ୍ଟ, କାହାଳୀ, ମୃଦଙ୍ଗ ଧ୍ୱନି, ସାଙ୍ଗ ପାଇକ ଖେଳ ମଧ୍ୟରେ ବିରାଟ ପଟୁଆରରେ ଅଗ୍ନି ଉତ୍ସବ ସ୍ଥଳକୁ ନିଆଟାଇଥିଲା । ସେଠାରେ ଗ୍ରାମରୁ ସଂଗ୍ରହ ହୋଇଥିବା ଛଣ ନଡାପାଳ ନେଇ ଗଦା କରାଯାଇଥିଲା । ସେଥିରେ ଅଗ୍ନି ଦେବତାଙ୍କ ପାଇଁ ଫଳମୂଳ, ଆଳୁ, ବାଇଗଣ ଆଦି ପନିପରିବା ନଡିଆ ଭୋଗ ଆକାରରେ ଦିଆଯାଇଥିଲା । ଭକ୍ତଗଣ ବ୍ରାହ୍ମଣ ପୂଜକ ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା ପରେ ସେଥିରେ ଅଗ୍ନି ସଂଯୋଗ କରି ଠାକୁରଙ୍କୁ ଚାରିପଟେ ବୁଲା ଯାଇ ମନ୍ଦିରକୁ ଆସନ୍ତି । ଏହି ଅଗ୍ନି ଉତ୍ସବ ସମୟରେ ଗଦା ଜେଉଦିଗକୁ ଢଳେ ସେ ଦିଗରେ ଭଲ ଫସଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଅଗ୍ନି ଲିଭିଲା ପରେ ଭକ୍ତଗଣ ପ୍ରସାଦ ଆକରେ ପୋଡି ଯାଇଥିବା ନଡିଆ, କଦଳୀ, ପରିବା ସେବନ କଲେ ବିଭିନ୍ନ ରୋଗ ଭଲ ହୁଏ ବୋଲି ବିଶ୍ୱାସ ରହିଛି । ଅଗ୍ନି ଦେବତାଙ୍କ କୃପା ଲାଭ ପାଇ ପ୍ରତିବର୍ଷ ମାଘମାସର ପୂର୍ଣ୍ଣିମା ଦିନ ଅଂଚଳବାସୀ ଆନନ୍ଦ ଉଲ୍ଲସର ସହ ଏହି ଅଗ୍ନି ଉତ୍ସବ ପାଳନ କରିଥାନ୍ତି । ଡେଲାଙ୍ଗର ବିଭିନ୍ନ ପୁରପଲ୍ଲିରେ ସାଉରିଆ, ଘନିପୁର, କଲ୍ୟାଣ ପୁର, ମୁନିନ୍ଦା, ମୋଟରି ଆଦି ସ୍ଥାନରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.