ଆଦିତ୍ୟ ଆଲୁମିନା ପ୍ରକଳ୍ପ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ରେଙ୍ଗାଲି : ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପକ୍ଷରୁ ବମାଲୋଇ ପଞ୍ଚାୟତର ଓରାମପଡ଼ାଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନାର ସହ- ପ୍ରବନ୍ଧକ ମନୋରଞ୍ଜନ ବେହେରା ଏବଂ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ସହଯୋଗୀ ଶ୍ରୀ ରାମ ଅତିଥି ରୂପେ ଯୋଗଦେଇ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର କୁପ୍ରଭାବ ଏବଂ ଏହାକୁ ରୋକା ନଗଲେ ଆଗାମୀ ପିଢି ଘୋର ସମସ୍ୟାର ସମ୍ମୁଖିନ ହେବା ନିଶ୍ଚିତ ବୋଲି ସତର୍କ କରିଥିଲେ । ଜନସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସଂକ୍ରାନ୍ତରେ ବକ୍ତବ୍ୟ ଦେଇ ଛୋଟ ପରିବାର ସୁଖୀ ପରିବାର ନୀତିକୁ ସମସ୍ତେ ବ୍ରତରୂପେ ଆପଣେଇଲେ ଜନସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୋଇ ପାରିବ ବୋଲି ବକ୍ତାମାନେ ଆହ୍ୱନ ଦେଇ ପରିବାର ନିୟନ୍ତ୍ରଣ ଯୋଜନାର ବାର୍ତ୍ତା କିପରି ପ୍ରତି ପରିବାରକୁ ପହଞ୍ଚିବ ସେଥିପ୍ରତି ସମସ୍ତେ ଯତ୍ନବାନ୍‍ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଆଶାକର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଜନସଂଖ୍ୟା ବୃଦ୍ଧିର କାରଣ ଏବଂ ଏହାର ନିରାକରଣ ଉପରେ ବକ୍ତବ୍ୟ ଦେଇ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସମସ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!