lika

ଗରିମା ପରିବାରର ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସାହାନାଇ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଆବାହକତ୍ଵ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ରିମସ୍‌ର ଅଧ୍ୟକ୍ଷା ନଳିନିପ୍ରଭା ପଟ୍ଟନାୟକ, ସମାଜସେବୀ ମଞ୍ଜୁଦେବୀ ବାଗାଡିଆ, ଡାକ୍ତର ଗୀତାଞ୍ଜଳି ପତ୍ରି, ଓଲିଉଡ଼ ଅଭିନେତ୍ରୀ ସୁଶ୍ରୀ ଶତାଦୃତି ମହାନ୍ତି, ଶିକ୍ଷାବିତ୍ ରଶ୍ମିବାଳା ରାଉତରାୟ, ସମାଜସେବୀ ସୁନୀଲ କୟାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ ସଦସ୍ୟାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଛେନାପୋଡ଼ କାଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଭାପତି ମମତା ନାୟକ, ସାଧାରଣ ସମ୍ପାଦିକା ଡ. ସରିତା ମଲ୍ଲ, ସିଲି ମହାନ୍ତି, ପ୍ରଣତୀ ଜେନା, ଶର୍ମିଷ୍ଠା ତ୍ରିପାଠୀ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ସନ୍ତୋଷୀ ମଲ୍ଲିକ, ମମତା ଦାସ, ମୋନାଲିସା ଗୌଡ, ଦେବସ୍ମିତା ଶତପଥୀ, ମୀନତି ମୋଦୀ, ସୁନୀତା ଶ୍ରୀନିବାସନ, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ସସ୍ମିତା ମିଶ୍ର, ମୌସୁମୀ ଆଚାର୍ଯ୍ୟ, ରଶ୍ମିତା ଚୌଧୁରୀ, ଶୁଭଲକ୍ଷ୍ମୀ ପାତ୍ର, ତପସ୍ୱିନୀ ପାତ୍ର, ଲୁସି ଦାଶ, ରଶ୍ମି ନାୟକ, ସବିତା ମହାପାତ୍ର ଓ ଅନୁଷ୍ଠାନର ମୁଖ୍ୟ ପୃଷ୍ଟପୋଷକ ଶଙ୍କର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.