
- ନିଜକୁ ନିଜେ ଶାସନ୍ କରିବା ଦିବସ ପାଳନ ଅବସରରେ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏ୍ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସକାଳୁ ପ୍ରଥମେ ମହାପୁରୁଷ ପ୍ରତିମାଙ୍କୁ ମାଲ୍ୟାର୍ପଣ କରିବା ସହିତ ନଗର ପରିକ୍ରମା ପରେ ପ୍ରାରମ୍ଭିକ ଭାଷଣରେ ଅଧ୍ୟକ୍ଷ କହିଛନ୍ତି, ବିଦ୍ୟୁତ୍ ମାସକୁ ଲକ୍ଷ ଲକ୍ଷ ଖର୍ଚ୍ଚ କରୁଛି ଓ ବିଭିନ୍ନ କେସିଙ୍ଗାର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କେତେକ ୱାର୍ଡରେ ଲୋକେ ଟ୍ୟାକ୍ସ ଦେଉନାହାନ୍ତିି । ଯାହାଫଳରେ ସହରୀକରଣ ଦିଗରେ କିମ୍ବା ଏନ୍ଏସିର ବିକାଶ କ୍ଷେତ୍ରରେ ସମସ୍ୟା ହେଉଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ମତପ୍ରକାଶ କରିଥିଲେ । କ୍ଷମତା ବିକେନ୍ଦ୍ର କରିବା ପାଇଁ ଏନ୍ଏସି ଗଠନ କରାଯାଇଥିଲା କିନ୍ତୁ ତୃଣମୂଳ ସ୍ତରରେ ଯେଉଁ ସମସ୍ୟା ଅଛି, ଏହି ଦିବସକୁ ସୁଦୃଢ କରିବା ପାଇଁ ଏନ୍ଏ୍ସିକୁ ସମସ୍ତ ଟ୍ୟାକ୍ସ ଦେବା ଉଚିତ । ନିଜ ଶାସନକୁ ବିକେନ୍ଦ୍ର କରିବା ସହ ନିଜ ସମସ୍ୟା ଦୂର କରିବା ଏନ୍ଏସିର କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ଏନ୍ଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ କାଉନସିଲର ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ସମାରୋହ ଭିଡିଓ କନ୍ଫ୍ରେନ୍ସ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ସୁଭଦ୍ରା ଯୋଜନାର କିସ୍ତି ବିଷୟ ଚର୍ଚ୍ଚା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍ଏ୍ସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ନୃସିଂହ ବେହେରା ।