csstore

ବିଜେଡିର ଶଙ୍ଖ ଜନସଂପର୍କ ପଦଯାତ୍ରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଗତକାଲି ‘ଶଙ୍ଖ ଜନସଂପର୍କ ପଦଯାତ୍ରା’ର ଷଷ୍ଠ ଦିନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ ତୁରେକେଲା ବ୍ଲକ କମେଇମୁଣ୍ଡା, କନ୍ଦେଇ, ବଡ଼ବାଙ୍କି ପଞ୍ଚାୟତର ପରେନ, ଜାମକୀ, ସାନବାଙ୍କୀ, ସାଲେମୁଡ଼ଗା, କନ୍ଦେଇ, ଟିକ୍ରାପଡା, ଯୁବାମାଲ,ମୁଡକାନୀ, ଚାହାରପାଣି ବଡ଼ବାଙ୍କି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ବିଜେଡି ଉପସଭାପତି ଉମାକାନ୍ତ ସାହୁ, ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ପୂର୍ବତନ ଜିଲ୍ଲାପରିଷଦ ପ୍ରସୂଦନ ମାଝୀ, ବିଶ୍ଵନାଥ ସାହୁ, ବିଜେଡି ମହିଳା ନେତ୍ରୀ ପିଙ୍କି ଖର୍ସେଲ, ବିଷ୍ଣୁ ପ୍ରସାଦ ଜୁଏଡ଼, ଚକ୍ର ବେମାଲ, ଲମ୍ବୁ ମହାନନ୍ଦ, ଦୈତାରୀ ଭୋଇ, ବିଟୁ ସାଙ୍ଘା, ଦେବାର ବାରିକ, ଜଳନ୍ଧର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.