csstore

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ କ୍ରମେ ପିଏମ୍‌ କେଆର୍‌ସ ଫଣ୍ଡ ଷ୍ଟେଟ ସିଏସ୍‌ଆର୍‌ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି । ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଦଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିଥିଲେ । ପ୍ଲାଣ୍ଟର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଏହା ଅତି ଶୀଘ୍ର ସମ୍ପୂର୍ଣ ହେବ ବୋଲି ପିଡବ୍ଲ୍ୟୁଡି ଏସ୍‌ଡିଓ ଜିତେନ୍ଦ୍ର ମେହେର, ରାଜେନ୍ଦ୍ର କିଷାନ କହିଥିଲେ । ଏହି ଅବସରରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରତିନିଧି ଦଳରେ ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଉପ ସଭାପତି ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ତାହାର ସମାଧାନ ହୋଇପାରିବ ସେ ହିସାବରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ ।

jayashree
Leave A Reply

Your email address will not be published.