ଟିକି କାଇଁଚ ତରଫରୁ ଚତୁର୍ଥ ଅଧ୍ୟାୟ ଅନ୍ ଲାଇନ୍ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ଚତୁର୍ଥ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ତିନି ଜଣ କବି ଯୋଗ ଦେଇ ସ୍ୱରଚିତ ଶିଶୁ କବିତା ପାଠ କରିଥିଲେ । ତିନି ଜଣ କବିଙ୍କୁ ଶିଶୁ ସାହିତ୍ୟ ସମ୍ପର୍କୀତ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ମୁଖ୍ୟ ସମ୍ପାଦକ । ବ୍ୟଙ୍ଗ ଶିଶୁ କବିତା ସହ କରୋନା ଉପରେ ହସକଥା ସାମିଲ୍ ହୋଇଥିଲା । ଏଥିରେ କଳାହାଣ୍ଡିରୁ ବିରଞ୍ଚି ନାରାୟଣ ମୁଣ୍ଡ, କେନ୍ଦୁଝରରୁ ରମାକାନ୍ତ ମଲ୍ଲିକ, ବଲାଙ୍ଗୀରରୁ ନେପାଲ ଚନ୍ଦ୍ର ବାଗ ଯୋଗ ଦେଇ ଥିଲେ । ଶେଷରେ ମୁଖ୍ୟ ସମ୍ପାଦକ ମୀନକେତନ ବାରଲେବଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏଭଳି ଅନ୍ ଲାଇନ୍ ଶିଶୁ କବିତା ଆସରକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.