csstore

ଗୋଇମୁଣ୍ଡ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହକୁର) : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ସିଆର୍‌ସିସି ପ୍ରମୋଦ କୁମାର କର୍ମୀ, ନାଏବ ସରପଞ୍ଚ ଡାଲିମ୍ବ ଭୋଇ, ବିଶିଷ୍ଟ କୋଶଲି କବି ଭକ୍ତବନ୍ଧୁ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ନାରାୟଣ ଭୋଇ, ୱାର୍ଡ ସଭ୍ୟ ଗୋରେଖ ଭୋଇ, ପୂର୍ବତନ ବିଦ୍ୟାଳୟ କମିଟି ସଭାପତି ରୋହିତ ଭୋଇ, ବିଦ୍ୟାଳୟ କମିଟିର ବରିଷ୍ଠ ସଦସ୍ୟ ଅମିତ ରଣା ପ୍ରମୁଖ ଯୋଗଦେଇ ସମୃଦ୍ଧ ଓ ସାମର୍ଥ୍ୟ ଥିବା ଓଡ଼ିଆ ଭାଷା, ସଂସ୍କୃତିର ଅସ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିବା ସହ ଭାଷାର ସୁଦୂର ପ୍ରସାରୀ ପ୍ରଚାର ପ୍ରସାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା କବିତା ଆବୃତ୍ତି, ବକ୍ତବ୍ୟ ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଟିକେରାମ ଭୋଇ, ଶିକ୍ଷୟିତ୍ରୀ ଝରଣା ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.