csstore

ଶାନ୍ତିପଡ଼ା ନବଦୁର୍ଗା ପୂଜା ପାଇଁ ବୈଠକ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡ଼ାରେ ଚଳିତ ବର୍ଷ ନବଦୁର୍ଗା ପୂଜା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ ଲାଇନ୍‌ ଅନୁପାଳନ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ଚଳିତ ବର୍ଷ ନବଦୁର୍ଗା ପୂଜା ପାଇଁ ଏହି ବୈଠକରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ନୂତନ ସଭାପତି ଭାବେ ପାର୍ଥ କୁମାର କର୍ଣ୍ଣ, ଉପସଭାପତି ଭାବେ ନାରାୟଣ ମହାକୁର, ସମ୍ପାଦକ ଭାବେ ଦେବରାଜ ନାଗ, ସହ ସମ୍ପାଦକ ଭାବେ ମନମୋହନ ସେଠ, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ଗାଧୁଆ ରହିଥିବା ବେଳେ ପୂଜା ଦାୟିତ୍ୱରେ ସୁମନ୍ତ ମିଶ୍ର, ବାବୁ, ମହାଦେବ ରହିଛନ୍ତି । ସେହିପରି ଉପଦେଷ୍ଟା କମିଟିରେ କେଶବ ମିଶ୍ର, ସୁକାନ୍ତ ପରିଛା, ବିନୋଦ ମିଶ୍ର, ଦିଲୀପ ମହାନ୍ତି ରହିଛନ୍ତି । ପୂଜକ ଭାବେ ପଣ୍ଡିତ ଶାନ୍ତମଣି ମିଶ୍ରଙ୍କୁ ସିନ୍ଧାନ୍ତ କରାଯାଇଛି । ସଭାରେ ଲଷ୍ମୀ, ସୋମରାଜ, ଧନୀ, ବିକାଶ, ସୁଶୀଲ, ପିଲୁ, ସାନ୍ତନୁ, ପପୁନ, ଟୁକୁ, ଆଲୋକ, ଅନନ୍ତ, ମେଲ୍ଲୀ, ବାପୁ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.