ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ଦିନରେ ୧୭୮୧ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଶେଷ ଦିନରେ ୧୭୮୧ ନାମାଙ୍କନପତ୍ର ଦାଖଲ ହୋଇଛି । ୧୭ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ଓ ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନଙ୍କରେ ବହୁ ସଂଖ୍ୟାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଅନ୍ତିମ ଦିନରେ ସୋନପୁର ବ୍ଲକରେ ୧୩୪ ଜଣ ୱାର୍ଡମେମ୍ବର, ୩୪ ଜଣ ସରପଞ୍ଚ, ୨୯ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୨୨୧ଜଣ ୱାର୍ଡମେମ୍ବର, ୩୯ ଜଣ ସରପଞ୍ଚ, ୭୫ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକରେ ୧୮୧ ଜଣ ୱାର୍ଡମେମ୍ବର, ୩୪ ଜଣ ସରପଞ୍ଚ ଓ ୪୨ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୩୦୧ଜଣ ୱାର୍ଡମେମ୍ବର, ୬୫ ଜଣ ସରପଞ୍ଚ, ୭୩ ଜଣ ସମିତି ସଭ୍ୟ, ତରଭା ବ୍ଲକରେ ୧୬୯ ଜଣ ୱାର୍ଡମେମ୍ବର, ୩୭ ଜଣ ସରପଞ୍ଚ, ୪୬ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକରେ ୧୭୯ ଜଣ ୱାର୍ଡମେମ୍ବର, ୪୬ ଜଣ ସରପଞ୍ଚ, ୫୧ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି ୧୮ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ୦୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ତିମ ଦିନ ସୁଦ୍ଧା ସର୍ବମୋଟ ସୋନପୁର ବ୍ଲକରେ ୩୨୯ ଜଣ ୱାର୍ଡମେମ୍ବର, ୭୦ ଜଣ ସରପଞ୍ଚ, ୬୦ ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୪୧୯ ଜଣ ୱାର୍ଡମେମ୍ବର, ୮୫ ଜଣ ସରପଞ୍ଚ, ୧୧୫ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକରେ ୩୯୯ ଜଣ ୱାର୍ଡମେମ୍ବର, ୮୨ ଜଣ ସରପଞ୍ଚ ଓ ୮୪ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୫୨୧ ଜଣ ୱାର୍ଡମେମ୍ବର, ୧୩୦ ଜଣ ସରପଞ୍ଚ, ୧୧୫ ଜଣ ସମିତି ସଭ୍ୟ, ତରଭା ବ୍ଲକରେ ୩୭୬ ଜଣ ୱାର୍ଡମେମ୍ବର, ୭୪ ଜଣ ସରପଞ୍ଚ, ୮୩ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକରେ ୩୭୦ ଜଣ ୱାର୍ଡମେମ୍ବର, ୯୮ ଜଣ ସରପଞ୍ଚ, ୧୦୪ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.