oum

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଥିବା ପୂଜିତ ଅକ୍ଷତ ଓ ନିମନ୍ତ୍ରଣ ବଲାଙ୍ଗିର ନଗରର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କୁ ଦେବ ନିମନ୍ତ୍ରଣ ସ୍ୱରୂପ ନିବେଦନ କରାଗଲା । ଏ ଅବସରରେ ଦୈନିକ ବଜାର ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିରରୁ ଶତାଧିକ ମାତୃଶକ୍ତି ଓ ଶ୍ରୀରାମ ପ୍ରେମୀ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ପ୍ରଥମେ ମା ପାଟଣେଶ୍ୱରୀ ମନ୍ଦିର ଓ ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପୂର୍ବକ ନିମନ୍ତ୍ରଣ କରିଥିଲେ । ନଗର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସହ ସଂଯୋଜକ ବାବୁଲାଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଦୟାନିଧି କରଣ ଏବଂ ଜିଲ୍ଲା ସହ ସଂଯୋଜକ ପବିତ୍ର ଦାଶ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.