jayashree

ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ନୂତନ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ସେବାର ବିକାଶ ପାଇଁ ନୂଆ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା, ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଧିକାରୀମାନେ ହେଲେ ସଞ୍ଜୟ ସେଠୀ, ପୁଷ୍ପାଞ୍ଜଳି ରଣା, କେ ଶାନ୍ତି, ରଞ୍ଜନ ବିଶ୍ୱାଳ, ସ୍ୱପ୍ନାରାଣୀ ପାତ୍ର ଏବଂ ଦିଲ୍ଲୀପ କୁମାର ସାହୁ । ଏମାନେ ସମସ୍ତେ ଅବୈତନିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଏନେଇ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି ।

Leave A Reply

Your email address will not be published.