csstore

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃତ୍ବରେ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ କରିଥିଲେ । ଜାତି, ଧର୍ମ ଓ ରାଜନୈତିକ ନିର୍ବିଶେଷରେ ଗାଁର ସମସ୍ତେ ଏହି ନିଧି ସଂଗ୍ରହ ରେ ସାମିଲ ହୋଇଥିଲେ । ପବନ ପୁତ୍ର ହନୁମାନ ଜୟ ଶ୍ରୀରାମ କହି ମହାପ୍ରଭୁ ଶ୍ରୀରାମଙ୍କ କଥାକୁ ଶ୍ଲୋକ ମାଧ୍ୟମରେ ଲୋକ ମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଏ ଅଭିନୟ ଦେଖି ସମସ୍ତେ ଖୁସିରେ ଦାନ କରିଥିଲେ । ତାଙ୍କର ଅଭିନୟ ଚିତାକର୍ଷକ ଥିଲା । ହନୁମାନ ଭୂମିକାରେ ଅଭିନୟ କରିଥିଲେ ରଘୁମଣି ବାରିକ । ଟଙ୍କାଟିଏରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁଯାଇ ଦାନ ବାକ୍ସରେ ଦାନ କରିଥିଲେ । ଦାନ ବାକ୍ସରୁ ସର୍ବ ମୋଟ ୧୦,୦୪୩ ଟଙ୍କା ସଂଗ୍ରହ ହୋଇଥିଲା । ନିଧି ସଂଗ୍ରହରେ ସାମିଲ ହୋଇଥିଲେ ମାଣ୍ଡୋସିଲ୍ ଗ୍ରାମ୍ୟ କମିଟିର ସଭାପତି ଧନସିଂ ପଟେଲ, ପୂର୍ବତନ ବରତୁଣ୍ଡା ସରପଞ୍ଚ ଦୁଃଶାସନ କୁମ୍ଭାର, ରଘୁ ମଣି ସାହୁ, ଚନ୍ଦ୍ର ମାଝୀ, କୁଳ ବେହେରା, ଶେଖ୍ ଅଲ୍ଲୀ ମହମ୍ମଦ, କୈଳାସ ଦାସଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତି ସମୂହ ।

jayashree
Leave A Reply

Your email address will not be published.