
କଣ୍ଟାବାଞ୍ଜି, (ମନୀଷ କମୁାର ହଂସ) : କଣ୍ଟାବାଞ୍ଜିରେ ଗତକାଲି ନୂତନ ଏସ୍ଡିପିଓ ଭାବରେ ଯୋଗ ଦେଇଛନ୍ତି ଡ. ହୃଷୀକେଶ ମେହେର । ଡ. ମେହେର ବିଗତ ଦିନରେ ଏସ୍ଆଇ ଭାବେର କଣ୍ଟାବାଞ୍ଜି ଥାନାରେ କାର୍ଯ୍ୟରତ ଥିବା ବେଳେ ଅଂଚଳର ଆଇନ ଶୃଙ୍ଖଳା ପ୍ରତି ଅବଗତ ଥିଲେ । ତେବେ ବର୍ତ୍ତମାନ ଏଠାରେ ଏସ୍ଡିପିଓ ଭାବରେ ଯୋଗଦାନ କରି ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।