csstore

ସାଗର ସ୍ନାନ ଉପଲକ୍ଷେ ରାମ ନାଟକ ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମପଞ୍ଚାୟତର ଜଗଦଳପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ ପାଦୁକାଇଙ୍କ ପୀଠରେ ସାଗରସ୍ନାନ ଉପଲକ୍ଷେ ଜଗଦଳପୁର ଗ୍ରାମର ମା’ ପାଦୁକାଇ ରାମନାଟ୍ୟ କଳାପରିଷଦ ତରଫରୁ ରାମନାଟକ ଲଙ୍କାପୋଡି ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଜଗଦଳପୁର ଗ୍ରାମର ସମସ୍ତ ଅଧିବାସୀଙ୍କ ସହଯୋଗରେ ନଦିଆ ସଂକୀର୍ତ୍ତନ, ଶଙ୍ଖ ଧ୍ଵନି, ଘଣ୍ଟ ବାଦ୍ୟ, ବାଜା ବାଣ, ସହସ୍ର ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରଭୁ ସାନ ବିଶ୍ୱନାଥଦେବ ସୁମଜିତ ବିମାନରେ ଆସି ପାଦୁକାଇ ପୋଖରୀରେ ସ୍ନାନ କରିବା ପରେ ମନ୍ଦିର ପୂଜକ ପୂଜାର୍ଚ୍ଚନା ନୀତିକାନ୍ତି କାର୍ଯ୍ୟ କରାଯାଇଥିଲା । ସନ୍ଧ୍ୟାରେ ଆଖପାଖ ଅଞ୍ଚଳର ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଜନସାଧାରଣ ରାମନାଟକ ଦେଖିବାକୁ ସମାଗମ ହୋଇଥିଲା । ସମଗ୍ର ଅଞ୍ଚଳ ଆଧାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ।

jayashree
Leave A Reply

Your email address will not be published.