ସାରଙ୍ଗପୁରରେ ଚବିଶ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ : କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ ସାରଙ୍ଗପୁର ଗ୍ରାମରେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କଳସ ଯାତ୍ରାରେ ଶତାଧିକ ମହିଳାମାନେ ଯୋଗଦାନ କରିଥିଲେ । ଏହି ୨୪ ପ୍ରହରୀ ନାମଯଜ୍ଞ ୪ ଦିନ ବ୍ୟାପି ହେବାକୁ ଯାଉଥିବା ବେଳେ ୧୯ ଗୋଟି ସଂକୀର୍ତ୍ତନ ଦଳ ବିଭିନ୍ନ ଗ୍ରାମରୁ ଆସି ଯୋଗଦାନ କରିବେ ବୋଲି ସୂଚନା ମିଳିଛି । ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି । କର୍ତ୍ତା ଭାବରେ ରାଜେନ୍ଦ୍ର ସାହୁ କାଞ୍ଚନ ସାହୁ କାର୍ଯ୍ୟ ତୁଳାଇଛନ୍ତି । ଏହି କଳସ ଯାତ୍ରାରେ ଗ୍ରାମବାସୀ ସମେତ ପଣ୍ଡିତ ଅଶୋକ ପଣ୍ଡା, ସରୋଜ ପଣ୍ଡା, ଅନୀଳ ପଣ୍ଡା, ଶିତଷ୍ଣୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.