jayashree

ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ । ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ । ଚଳିତ ବର୍ଷ ଫର୍ମ ପୂରଣ ଲାଗି କୌଣସି ଫି ଦେବାକୁ ପଡ଼ିବ ନାହିଁ । ଆସନ୍ତା ୧୪ ତାରିଖ ସୁଦ୍ଧା ଫର୍ମ ଫିଲଅପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବୋର୍ଡର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏଥିରେ ସମସ୍ତ ନିର୍ଦ୍ଦେଶାବଳୀ ଦିଆଯାଇଛି । ଜୁଲାଇ ୩୦ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ । ଅଫଲାଇନ ପରୀକ୍ଷାର ମାର୍କ ଚୂଡାନ୍ତ ମାର୍କ ହେବ । ସେହିପରି ଅଫଲାଇନରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.