ମାଟିରେ ମିଶିଲା ବେଆଇନ ଇଟାଭାଟି : ଜେସିବ ଚଳାଇଲା ପ୍ରଶାସ

ପାଟଣାଗଡ, (ଅଜିତ ପୁରୋହିତ) : ବେଆଇନ ଇଟାଭାଟିର ହବ୍‌ ସାଜିଛି ପାଟଣାଗଡ ଉପଖଣ୍ଡ । ମାଟି ମାଫିଆଙ୍କ ପ୍ରଶାସନିକ କଟକଣା ଏବଂ ସରକାରୀ ନୀୟମ କାନୁନକୁ ସତେ ଯେମିତି ଖାତିର ନାହିଁ । ମନଇଚ୍ଛା ପ୍ରାକୃତିକ ବନରାଜିକୁ ନଷ୍ଟ କରି ଇଟାଭାଟି ମାଲିକମାନେ ଶହଶହ ଗଛ କାଟି ପକାଉଛନ୍ତି । ଏପରିକି ତହସିଲ କାର୍ଯ୍ୟାଳୟରେ ଉପଯୁକ୍ତ ଜୋରିମାନା ଆଦାୟକୁ ମଧ୍ୟ ଖାତିର ନକରି ଚଳାଇଛନ୍ତି ବେଆଇନ କାରବାର । ଯାହାଫଳରେ ସବୁଜ ବନାନୀ ନଷ୍ଟ ହେବା ସହ ସରକାର କୋଟିକୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ତେବେ ପ୍ରଥମ କରି ବଲାଙ୍ଗିର ଜିଲ୍ଲପାଳଙ୍କ ନିର୍ଦେଶ କ୍ରମେ ପାଟଣାଗଡ ତହସିଲଦାର ଡା. ପୁଷ୍ପାଜଂଳୀ ପଣ୍ଡା ବନେଇମୁଣ୍ଢାରେ ଚାଲିଥିବା ଏକ ବେଆଇନ ଇଟାଭାଟିରେ ଆଜି ଜେସିବି ଲଗାଇ ପ୍ରାୟ ୨ ଲକ୍ଷ ଇଟାକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତିି । ସୂଚନାଯୋଗ୍ୟ ଯେ, ପାଟଣାଗଡ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା, କର୍ଲାମାଲ, ଗଙ୍ଗାସାଗର, ଯୋଗିମୁଣ୍ଡା, ସରମୁହାଣ, ତମିଆଁ ଅଂଚଳରେ ବେଆଇନ ଇଟାଭାଟି ମାନେ ଗଢି ଉଠିଛି । ପାଟଣାଗଡ ତହସିଲଦାର ନିଜେ ସବୁ ଇଟାଭାଟିରେ ଚଢାଉ କରି ନୋଟିସ ଦେବା ସହ ଜୋରିମାନା ଆଦାୟ କରୁଛନ୍ତି । ତେବେ ବନେଇମୁଣ୍ଡା ଗ୍ରାମର ପିତାମ୍ବର ଭୋଇ ନାମକ ଜଣେ ଇଟାଭାଟି ମାଲିକ ବାହୁବଳୀ ନେତା ଏବଂ ଗାଁ ଟାଉଟରଙ୍କ କଥାରେ ପଡି ତହସିଲଦ୍‌ାରଙ୍କ ନୋଟିସକୁ ଭୃକ୍ଷେପ କରିନଥିଲେ । ନୋଟିସ ଦେବାର ଗୋଟିଏ ମାସ ବିତିଯାଇଥିବା ବେଳେ ଭାଟି ମାଲିକ କୌଣସି ପ୍ରକାର ସହଯୋଗ କରିନଥିଲେ । ଏ ବିଷୟରେ ତହସିଲ ପକ୍ଷରୁ ବଲାଙ୍ଗିର ଜିଲ୍ଲପାଳଙ୍କୁ ଅବଗତ କଲାପରେ ପାଟଣାଗଡ ତହସିଲଦାରଙ୍କ ସହ ତହସିଲ କର୍ମଚାରୀ ଏବଂ ପାଟଣାଗଡ ପୋଲିସ ପହଂଚି ଇଟାଭାଟିକୁ ଭାଙ୍ଗି ଦେଇଛନ୍ତି । ପରେ ମାଲିକଙ୍କ ପୁଅ ଆସି ଏକ ଲକ୍ଷ ଟଙ୍କା ଜୋରିମାନା ଭରିଥିବା ଜଣାପଡିଛି । ଜାତୀୟ ଗ୍ରିନ ଟ୍ରିବ୍ୟୁୁନାଲ ଏବଂ କେନ୍ଦ୍ର ସରକାରଙ୍କ କଡା ନିର୍ଦେଶ ବଳରେ ଏହି ବେଆଇନ ଇଟାଭାଟି ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ଯାଇଥିବା ସହ ଆଗାମୀ ଦିନରେ ଏଭଳି ସମସ୍ତ ବେଆଇନ ଇଟାଭାଟିରୁ ରାଜସ୍ୱ ଆଦାୟ କରାଯିବ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷ ରେ ଭାଟି ମାଲିକଙ୍କ ପୁଅ ଜୋରିମାନା ଭରି ନଥିବାରୁ ଆଜି ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଚଢାଉରେ ପାଟଣାଗଡ ଆରଆଇ ନରୋତ୍ତମ ସୁନା, କୈଲାଶ ଥାପା, ନଳିନୀ କାନ୍ତ କହ୍ନାର, ବିଦ୍ୟୁତ ମିଶ୍ର , ଅବିନାଶ ନାଏକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.