jsm

ପ୍ରଭୁ ନୃସିଂହନାଥଙ୍କ ଲୋକକଥାକୁ ନାଟ୍ୟମଞ୍ଚରେ ଜୀବନ୍ତ କଲା ମାର୍ଜାର କେଶରୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟକୁ ନାଟ୍ୟ ମଞ୍ଚରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମାର୍ଜାର କେଶରୀ’ । ପ୍ରଭୁ ନୃସିଂହନାଥଙ୍କ ପୌରାଣିକ ଓ ଲୋକକଥାକୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ ସଚେତନ ହେମା, ଢୋଲବନ୍ଧ ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁର ସ୍ଥିତ ଆରଣ୍ୟକ ମଞ୍ଚରେ ଆୟୋଜିତ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଅବସରରେ ଏହି ନାଟକର ମଞ୍ଚନ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । ନାଟକର କେନ୍ଦ୍ର ବିଷୟ ହେଉଛି କନ୍ଧ ଆଦିବାସୀ ସମୁଦାୟର ଅତୁଟ ଭକ୍ତି ଓ ଆସ୍ଥା । ଲୋକକଥା ଅନୁଯାୟୀ, କନ୍ଧ ଆଦିବାସୀମାନେ ପ୍ରଥମେ ପ୍ରଭୁ ନୃସିଂହନାଥଙ୍କ ଦିବ୍ୟ ମୂର୍ତ୍ତିକୁ ଖୋଜି ପାଇଥିଲେ ଏବଂ ପରେ ସେହି ପବିତ୍ର ମୂର୍ତ୍ତିକୁ ରାଜା ବୈଜଲ ସିଂହ ଦେଓଙ୍କୁ ଟେକି ଦେଇଥିଲେ । ଏହି ଘଟଣାକୁ ଆଧାର କରି ନାଟକଟି ରାଜଶକ୍ତି ଓ ଆଦିବାସୀ ଭକ୍ତି ମଧ୍ୟରେ ଥିବା ମୌଳିକ ତଫାତକୁ ଉଜାଗର କରିଛି । ରାଜାଙ୍କ ପାଖରେ ରାଜ୍ୟ, ସେନା ଓ ଶାସନ ଶକ୍ତି ଥିଲେ ମଧ୍ୟ ଦେବତାଙ୍କ ପ୍ରତି ସତ୍ୟ ଅଧିକାର ଥାଏ । ଆଦିବାସୀଙ୍କ ଭକ୍ତି ଓ ଆତ୍ମ ସମର୍ପଣରେ ଏହି ଗଭୀର ସନ୍ଦେଶକୁ ‘ମକ୍ଷର୍ଜାର କେଶରୀ’ ଅତ୍ୟନ୍ତ ସାର୍ଥକ ଭାବେ ପ୍ରକାଶ କରିଛି । ନାଟକର ସଂଳାପ, ଦୃଶ୍ୟବିନ୍ୟାସ, ଲୋକନୃତ୍ୟ ଓ ସମ୍ବଲପୁରୀ ଲୋକସଙ୍ଗୀତର ସଂଯୋଜନ, ଗନ୍ଧମାର୍ଦ୍ଦନ ପର୍ବତର ଚିତ୍ରଣ, ମଣିଷ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନାଟକଟି ଅତ୍ୟନ୍ତ ସ୍ପର୍ଶକାତର ଭାବେ ଉପସ୍ଥାପନ କରିଛି । ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ‘ମକ୍ଷର୍ଜାର କେଶରୀ’ ଏକ ଗୁରୁତ୍ୱପୂର୍ଣ୍ଣ ନାଟ୍ୟ ପ୍ରୟାସ । ଏହା କେବଳ ଏକ ପୌରାଣିକ ନାଟକ ନୁହେଁ, ବରଂ ଆଦିବାସୀ ସମୁଦାୟର ଐତିହାସିକ ଅବଦାନକୁ ସମ୍ମାନ ଦେବାର ଏକ ସଶକ୍ତ ମାଧ୍ୟମ । ନାଟକଟିକୁ ରାଜ କୁମାର ସାହୁ ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଲାଲ ସାହେବ ସାହୁ ଓ ଦେବାନନ୍ଦ କୁମ୍ଭାର ସଙ୍ଗୀତ, ବାସୁଦେବ ବରିହା ମଞ୍ଚ, ମୁକେଶ କୁମାର ସାହୁ ଆଲୋକ ସମ୍ପକ୍ଷତ, ସ୍ଵପ୍ନେଶ୍ଵରୀ ସାହୁ ଗାୟିକା ଭୂମିକା ନିଭାଇ ଥିବାବେଳେ ସନ୍ଧ୍ୟାରାଣୀ ସୁନା, ଆରାଧ୍ୟ୍ୟ ସାହୁ, ଆଲିଶା ସାହୁ, ଚାନ୍ଦିନୀ ସାହୁ, ଘନଶ୍ୟାମ ଭୋଇ, ରସିକ ବରିହା, ବାସୁଦେବ ବରିହା, କୂଳମଣି ପଶୟତ, କାର୍ତ୍ତିକ ମହାନନ୍ଦ ଅଭିନୟ କରିଥିଲେ । ବରିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ରାଜ କୁମାର ସାହୁଙ୍କ ରଚନା ଏବଂ ସଚେତନ ହେମା, ଢୋଲବନ୍ଧଙ୍କ ସଫଳ ମଞ୍ଚନ ‘ମାର୍ଜାର କେଶରୀ’କୁ ସମ୍ବଲପୁରୀ ନାଟ୍ୟ ଚର୍ଚ୍ଚାରେ ଏକ ସ୍ମରଣୀୟ ସ୍ଥାନ ଦେଇଛି ।

yuvodaya
Leave A Reply

Your email address will not be published.