jsm

ମୁଣ୍ଡଳୀସ୍ଥିତ ସିଆଇଏସ୍‌ଏଫ୍‌ କେଆର୍‌ଟିସିକୁ ସମ୍ମାନଜନକ ସିବିସି ମାନ୍ୟତା

csstore

ଭୁବନେଶ୍ୱର, (ପିଆଇବି) : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଖାରବେଳ କ୍ଷେତ୍ର ତାଲିମ କେନ୍ଦ୍ର (କେଆର୍‌ଟିସି)କୁ ଜାତୀୟ ସିଭିଲ ସେବା ତାଲିମ ପ୍ରତିଷ୍ଠାନ (ଏନ୍‌ଏସ୍‌ସିଏସ୍‌ଟିଆଇ) ମାନକ ଅଧୀନରେ କ୍ଷମତା ନିର୍ମାଣ ଆୟୋଗ ପକ୍ଷରୁ ‘ଉତ୍କୃଷ୍ଟ’ ବା ‘ସର୍ବୋତ୍ତମ’ ମାନ୍ୟତା ଏବଂ ଥ୍ରୀ ଷ୍ଟାର୍ ଗ୍ରେଡିଂ ପ୍ରଦାନ କରାଯାଇଛି । ଚୌଧୁରୀ ଭେଙ୍କଟେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ଦଳ ଏବଂ ସିବିସିର ବିଶେଷଜ୍ଞଙ୍କ ଦ୍ୱାରା ୨୯ ଓ ୩୦ ମେରେ କରାଯାଇଥିବା ଏକ କଠୋର ମୂଲ୍ୟାଙ୍କନ ଏବଂ କ୍ଷେତ୍ରୀୟ ଆକଳନ ପରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହି ମୂଲ୍ୟାଙ୍କନ ଆଠଟି ସ୍ତମ୍ଭ ପ୍ରତି ସିଆଇଏସ୍‌ଏଫ୍‌ କେଆର୍‌ଟିସି ମୁଣ୍ଡଳୀର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା । ସେଗୁଡ଼ିକ ହେଲା : ତାଲିମ ଆବଶ୍ୟକତା ଆକଳନ ଓ ପାଠ୍ୟକ୍ରମ ଡିଜାଇନ, ପ୍ରଶିକ୍ଷକଙ୍କ ବିକାଶ, ସମ୍ବଳ ଓ ତାଲିମ ଲକ୍ଷ୍ୟ, ପ୍ରଶିକ୍ଷାର୍ଥୀଙ୍କୁ ସହାୟତା, ଡିଜିଟାଲକରଣ ଓ ତାଲିମ ପ୍ରଦାନ, ସହଭାଗିତା, ତାଲିମ ମୂଲ୍ୟାଙ୍କନ ଓ ଗୁଣବତ୍ତା ଆଶ୍ୱାସନା ଏବଂ ପରିଚାଳନା ଓ ପ୍ରଶାସନ । ଏହି ମାନ୍ୟତା ଉଚ୍ଚମାନର ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବା ପ୍ରତି ସିଆଇଏସ୍‌ଏଫ୍‌ କେଆର୍‌ଟିସି ମୁଣ୍ଡଳୀର ପ୍ରତିବଦ୍ଧତାକୁ ସୂଚିତ କରେ । ଉଲ୍ଲେଖଯୋଗ୍ୟ, ଏହି ପ୍ରତିଷ୍ଠାନ ପୂର୍ବରୁ ୨୦୧୯-୨୦ରେ ‘ଅନ୍ୟ ରାଙ୍କ’ ବର୍ଗରେ ସମସ୍ତ ସିଏପିଏଫ୍‌ ତାଲିମ କେନ୍ଦ୍ର ମଧ୍ୟରେ ସର୍ବୋତ୍ତମ ତାଲିମ ପ୍ରତିଷ୍ଠାନ ଭାବରେ ବିବେଚିତ ହୋଇଥିଲା ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ହାସଲ କରିଥିଲା । ଏହି ସଫଳତା ସିଆଇଏସ୍‌ଏଫ୍‌ କେଆର୍‌ଟିସି ମୁଣ୍ଡଳୀର ଉତ୍କର୍ଷତା ଦିଗରେ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

yuvodaya
Leave A Reply

Your email address will not be published.