oom

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାର ପୁଞ୍ଜିପତିଙ୍କ ହାତକୁ ମଜବୁତ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି । ୟୁନିଅନର ଅଧିକାର ଏବଂ ହସ୍ତକ୍ଷେପକୁ ରୋକିବା ପାଇଁ ସରକାର ୦୪ ଶ୍ରମ କୋଡରେ ଏକ ନିନ୍ଦନୀୟ ପ୍ରୟାସ କରିଛନ୍ତି । ଯାହା ଫଳରେ ଦେଶର କୃଷି, ଶିକ୍ଷା, ଶ୍ରମ ଏବଂ ସ୍ଵାସ୍ଥ୍ୟ ଉପରେ ସଂପୂର୍ଣ୍ଣ ଭାବେ କୁପ୍ରଭାବ ପଡିବ । ଭାରତୀୟ ମଜଦୁର ସଂଘ ଦ୍ଵାରା କେନ୍ଦ୍ର ସରକାରଙ୍କ ଏହି ସବୁ ନୀତିକୁ ଦେଶସାରା ବିରୋଧ କରାଯାଇଛି । ଏଥିପାଇଁ ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖା ମଧ୍ୟ କଳାହାଣ୍ଡି ଜିଲ୍ଲାପାଳ କାର୍ୟ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।

ବିକ୍ଷୋଭ ସଭାରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ମହାସଂଘର ଉପଦେଷ୍ଟା ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା କାର୍ୟ୍ୟକାରୀ ସଭାପତି ଭାରତୀୟ ମଜଦୁର ସଂଘର ବିଶ୍ବରଂଜନ ସା, ଜିଲ୍ଲା ସଂପାଦକ ସୁରେନ୍ଦ୍ର ମୋହନ କର ପ୍ରମୁଖ ଭାଗନେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀନ ଛତ୍ରିଆ, ଭବାନୀ ରାଉତ, ବାବୁଲାଲ ଦୁରିଆ, ଧନୁଚନ୍ଦ୍ର ସା, କୌଶିକ କପାଟ, ଆଦିତ୍ୟ ସିଂ, କମ୍ବୁ ସାହୁ, ବଳଭଦ୍ର ଗଉଡ, ଆନନ୍ଦ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.