ମା’ଙ୍କର ମୃଣ୍ମୟୀ ପ୍ରତିମାକୁ କାନ୍ଧରେ ବୋହି ବିସର୍ଜନ କଲେ କମିଟି ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଦ୍ଵାଦଶ ତମ ସାର୍ବଜନୀନ ତ୍ରିଦିନାତ୍ମକ ଦୂର୍ଗା ପୂଜା ନିରାଡ଼ମ୍ବର ଭାବରେ ସମାପନ ହୋଇଯାଇଛି । ସରକାରଙ୍କ କୋଭିଡ଼୧୯ ନିୟମକୁ କଡାକଡି ଭାବରେ ଏହି ପୂଜାରେ ପାଳନ କରାଯାଇଥିଲା । ୨୨ ତାରିଖରୁ ବେଲ୍ଵବରଣ ସହିତ ଆରମ୍ଭ ହୋଇଥିବା ମା ଦୁର୍ଗାଙ୍କ ପୂଜା ମହୋତ୍ସବ ୨୬ ତାରିଖ ରେ ଦଶମୀ ପୂଜା ସହିତ ସମାପନ ହୋଇଥିଲା । ଏହି ପୂଜାରେ ମୁଖ୍ୟ ପୁରୋହିତ ରାଜୀବ ଲୋଚନ ପଣ୍ଡାଙ୍କ ସହିତ ଅନ୍ୟ ପୁରୋହିତ ବୃନ୍ଦ ପୂଜା କାର୍ୟ୍ୟ ସମ୍ପାଦନା କରିଥିବା ବେଳେ ମୁଖ୍ୟକର୍ତ୍ତା ଥିଲେ ଶ୍ରୀମତୀ ଓ ଶ୍ରୀ ସୁଶାନ୍ତ ସୂତାର । ଚଳିତ ବର୍ଷର ତୁଳସୀନଗର ଦୁର୍ଗା ପୂଜା ଭସାଣି ଉତ୍ସବ ଥିଲା ନିଆରା । କୋଭିଡ଼ ୧୯ ନିୟମକୁ ସମ୍ମାନ ଜଣାଇ ଭସାଣି ସମୟରେ କୌଣସି ଶୋଭାଯାତ୍ରା ବାହାରି ନ ଥିଲା । ପୂଜା କମିଟିର ସଦସ୍ୟମାନେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ କାନ୍ଧରେ ବୋହି ନେଇ ବିସର୍ଜନ କରିଥିଲେ ।

Leave A Reply

Your email address will not be published.