om academy

ମାେଟର ସାଇକେଲ ଦୁର୍ଘଟଣା : ଆରାେହୀ ବୟସ୍କା ମହିଳାଙ୍କ ଅକାଳ ବିୟାେଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଦେଇ ପାଟଣାଗଡରୁ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ବସନାକୁ ସଂଯାେଗ କରୁଥିବା ଏମ୍‌ଡିଆର୍‌ ୩୬ ରାସ୍ତାର ଧଉରାଭଟା ଗ୍ରାମ ଛକ ପାଖରେ ମାେଟର ସାଇକେଲ ଦୁର୍ଘଟଣା ଘଟି ବୟସ୍କ ମହିଳାଙ୍କ ଅକାଳ ବିୟାେଗ ଘଟିଛି । ଜଗଦଲପୁର ଥାନା ପାେଲିସ ସୁତ୍ରରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ପାଖ ରାମପୁର ଗ୍ରାମର ପୁରଂଦର ଠାକୁର ସାେମବାର ସକାଳେ ଏକ ମାେଟର ସାଇକେଲ ଯାେଗେ ଜଗଦଲପୁର ଦେଇ ଛତିଶଗଡ ରାଜ୍ୟର ବସନା ଥାନା ଅନ୍ତର୍ଗତ କେରାମୁଣ୍ଡାକୁ ଯାଉଥିଲେ । ତାଙ୍କ ସାଙ୍ଗରେ ତାଙ୍କ ବିଧବା ବଡ ଭଉଣୀ ସକୁନ୍ତଳା ରାଜପୁତ(୬୯) ଉକ୍ତ ମାେଟର ସାଇକେଲରେ ପଛପଟେ ବସିଥିଲେ । ରାସ୍ତାରେ ଯିବା ସମୟରେ ସକାଳ ପ୍ରାୟ ୮ଟା ସମୟରେ ଜଗଦଲପୁର ପାଖ ଧଉରାଭଟା ଗ୍ରାମ୍ୟଛକ ନିକଟ ରାସ୍ତା କଡର ଏକ ବଂଧ ପାଖରେ ମାେଟର ସାଇକେଲଟି ଭାରସାମ୍ୟ ହରାଇ ଏକ ଗାତରେ ପଡିଯାଇଥିଲା । ଘଟଣାସ୍ଥଳରେ ପଛପଟେ ବସିଥିବା ସକୁନ୍ତଳା ମାେଟର ସାଇକେଲରୁ ରାସ୍ତାରେ ଛିଟିକି ପଡିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରଚଣ୍ଡ ଆଘାତ ହାେଇଥିଲା । ଖବର ପାଇ ଜଗଦଲପୁର ଥନାଧିକାରୀ ଲଳିତା ଲିଳିମା ବାର୍ଲା, ହାବିଲଦାର ଜିତେନ୍ଦ୍ରିୟ ଦାସ, ଥାନା ଷ୍ଟାଫ ନାରାୟଣ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପଂହଚିଥିଲେ । ସେଠାରୁ ସକୁନ୍ତଳାଙ୍କୁ ଚିକିତ୍ସା ନିମନ୍ତେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁୁର୍ଲାକୁ ପଠାଇବା ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ । କିତୁଂ ବୁର୍ଲା ଯିବା ପୁର୍ବରୁ ସକୁନ୍ତଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଜଗଦଲପୁର ପାେଲିସ ଏ ସଂର୍ପକରେ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ମାେଟର ସାଇକେଲକୁ ଜବତ କରିଛନ୍ତି । ଘଟଣାରେ ଅଞ୍ଚଳ ସାରା ଶାେକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.