oom

ପିଙ୍ଗୁଆ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ ପାଳିତ

jsmm

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଏବଂ ୟୁଥ ରେଡ଼କ୍ରସର ମିଳିତ ଉଦ୍ୟମରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଏବଂ ୟୁଥ ରେଡ଼କ୍ରସ ସଂଯୋଜନା ଅଧ୍ୟାପକ ଦୀପ୍ତି ରଞ୍ଜନ ମହାଳିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟାଲୋକ ଫାଉଣ୍ଡେସନର ଅଧ୍ୟକ୍ଷାତଥା ପରୋଖୋଜ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଭଦର୍ଶନୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଅଧବସାୟ ଅଭ୍ୟାସ ଏବଂ ଆତ୍ମ ଚେଷ୍ଟା ଉପରେ ଗୁରୁତ୍ୱ ଆରୋପ କରିପାରିଲେ ସାଧାରଣ ମହିଳା ଟିଏ ସମାଜର ମୁଖ୍ୟ ସୋପାନରେ ଅଧିଷ୍ଠିତ ହୋଇପାରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କୁତ ଶିକ୍ଷୟତ୍ରୀ ଦିପ୍ତିମୟୀ ଲେଙ୍କା ଯୋଗଦେଇ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ମନ୍ତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରଦୀପ କୁମାର ଦାସ ଯୋଗଦେଇ ଅଭିଭାଷଣରେ ନିଜ ମନ୍ତବ୍ୟ ରଖି କହିଲେ ଯେ, ନାରୀ ସେହିଦିନ ପୁରୁଷ ସହିତ ସମାନ ହେବ, ଯେଉଁ ଦିନ ପ୍ରତେକ କ୍ଷେତ୍ରରେ ସେ କାହାଠାରୁ ଦୟା କିମ୍ବା କ୍ଷମା ଭିକ୍ଷା ନକରି ନିଜ ଅଧିକାରକୁ ସାବ୍ୟସ୍ତ କରିବାରେ କ୍ଷମତା ରଖିବ, ତାହା ହିଁ ହେବ ତାର ସମାଧାନର ଅଧିକାର, ଏସ.ଏଚ.ଜି ଘୃପର ନିରୁପମା ନାୟକ କଲେଜରେ ଯୋଗ ଦେଇ ଜନ୍ମ ଠାରୁ ମୁତ୍ୟୁ ପର୍ଯ୍ୟନ୍ତ ନାରୀର ଭୂମିକା ଓ ସେମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ନାରୀମାନଙ୍କର ବିଭିନ୍ନ ଭୂମିକାକୁ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ । କଲେଜ ତରଫରୁ ମହିୟସୀ ମହିଳା ଭାବରେ ସୁଭଦର୍ଶନୀ ପରିଡା ଓ ଦିପ୍ତିମୟୀ ଲେଙ୍କା ଏବଂ ନିରୁପମା ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସାମ୍ବାଦିକ ଅକ୍ଷୟ କୁମାର ପାତ୍ର, ତାପସ ଦାସ, ସୋମ୍ୟରଞ୍ଜନ ମହାନ୍ତି ଉପସ୍ଥିତ ରହିଥିଲେ । ଛାତ୍ରୀ ସସ୍ମିତା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.