ଗଞ୍ଜାମ ମହାବିଦ୍ୟାଳୟ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ନୂଆଁ ଓଡ଼ିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା ମହୋତ୍ସବର ଶୁଭ ଉଦ୍‌ଘାଟନ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ନୋଡାଲ ଅଫିସର ରୋହିତ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ନିକଟସ୍ଥ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଏକ ମଶାଲ ଯାତ୍ରା ବାହାରି କଲେଜ ଖେଳ ପଡିଆରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ଫ୍ଲାଗ ମାର୍ଚ୍ଚ କରିଥିଲେ । ପରେ କଲେଜର ଯୁକ୍ତଦୁଇ, ଯୁକ୍ତତିନି ଓ ଭୋକେସ୍‌ନାଲ୍‌ ପ୍ରତି ବର୍ଷର ଛାତ୍ରଙ୍କ ମଧ୍ୟରେ କ୍ରିକେଟ ଖେଳ ଆୟୋଜିତ ହୋଇଥିଲା । ଆଥ୍‌ଲେଟିକ୍ସ ବୋର୍ଡ ସଦସ୍ୟ ନିଗମ ସ୍ୱାଇଁ, ଅରୁନ୍ଧତୀ ସିଂ, ମହେନ୍ଦ୍ର ସେଠୀ, ଆଦିତ୍ୟ ମହାପାତ୍ର, ଗଦାଧର ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ କ୍ରିକେଟ ଖେଳ ସୁପରିଚାଳନା କରିଥିଲେ । ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ସୁଶାନ୍ତ ମହାନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅମର ପ୍ରସାଦ ବିଷୋୟୀ କ୍ରିକେଟ ଖେଳରେ ଧାରାବିବରଣୀ ଦେଇଥିଲେ । ଆମ୍ପାୟାର ଭାବେ ହିମାଂଶୁ ନାୟକ, ଶିବ ବେହେରା ଅବିନାଶ ପତି କାର୍ଯ୍ୟ ସମ୍ପାଦନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କାର୍ମଚାରୀ କ୍ରୀଡା ମହୋତ୍ସବର ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.